ନୂଆଦିଲ୍ଲୀ; ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ସୋମବାର ସୁଟିଂରେ ଭାତରକୁ ରୌପ୍ୟ ପଦକ ମିଳିଛି । ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଲେ ଇଶା ସିଂହ । ଏହାକୁ ମିଶାଇ ଭାରତର ମୋଟ୍ ପଦକ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।
ହାଇଦ୍ରାବାଦର ୨୧ ବର୍ଷୀୟା ଖେଳାଳି ତିନୋଟି ‘ସୁଟ୍-ଅଫ୍’ ଜିତିଥିଲେ । ଏହାପରେ ଚୀନ୍ର ସିଆଓ ଜିଆରୁଇକ୍ସୁଆନ୍ଙ୍କ ବିପକ୍ଷ ସ୍ୱର୍ଣ୍ଣ ପଦକ ମୁକାବିଲାରେ ତାଙ୍କୁ ଆଉ ଦୁଇଟି ସୁଟ୍-ଅଫ୍ର ସାମ୍ନା କରିବାକୁ ପଡ଼ିଥିଲା।
ନିର୍ଦ୍ଧାରିତ ସିରିଜ୍ ଶେଷ ବେଳକୁ ଉଭୟ ଖେଳାଳି ସମାନ ସ୍କୋର (୩୮)ରେ ରହିଥିଲେ । କିନ୍ତୁ ଅନ୍ତିମ ସଟ୍ରେ ଇଶା ଟିକିଏ ବିଫଳ ହେବାରୁ ତାଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଚଳିତ ବର୍ଷର ଏସୀୟ କ୍ରୀଡ଼ା ସୁଟିଂରେ ରୌପ୍ୟ ପଦକକୁ ମିଶାଇ ଏହି କ୍ରିଡ଼ାରେ ତାଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ପଦକ । ୨୦୨୨ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।