ଏସିଆ କପ: ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ଦୁବାଇ:ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ  ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏସିଆ କପ୍‌  ଫାଇନାଲ୍‌ ମୁକାବିଲା ଖେଳାଯିବ । ଏହି ମହାଲଢ଼େଇ  ପୂର୍ବରୁ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଫାଇନାଲ୍‌  ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ନେଇ ଆଜି  ଫଟୋସୁଟ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଟିମ୍‌  ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍‌ ଅଧିନାୟକ  ସଲ୍‌ମାନ ଅଲି ଆଘାଙ୍କ ସହ ଫଟୋସୁଟ୍‌ କରିବାକୁ ମନା  କରି ଦେଇଥିଲେ । ପୂର୍ବରୁ ସୂର୍ଯ୍ୟକୁମାର ଗ୍ରୁପ୍‌ ପର୍ଯ୍ୟାୟ  ମ୍ୟାଚ୍‌ ବେଳେ ମଧ୍ୟ ଆଘାଙ୍କ ସହ କରମର୍ଦ୍ଦନ କରିନଥିଲେ ।  ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଆଘା କହିଛନ୍ତି, ସେମାନେ (ଭାରତୀୟ ଦଳ) ଯାହା  ଚାହିଁବେ ତାହା କରିପାରିବେ । ଆମେ ସମସ୍ତ ନିୟମ  ପାଳନ କରୁଛୁ । ଫଟୋସୁଟ୍‌ ଆସିବା ନିଷ୍ପତ୍ତି ସେମାନଙ୍କ  ଉପରେ ନିର୍ଭର କରୁଛି । ସେମାନେ ନ ଆସିଲେ ଆମେ  କିଛି କରିପାରିବୁନି । ସେ ଆହୁରି ମଧ୍ୟ କହିଥିଲେ,  ଫାଇନାଲ୍‌ ଖେଳିବା ଏବଂ ଟ୍ରଫି ଜିତିବା ଉପରେ ଆମେ  ଧ୍ୟାନ ଦେଉଛୁ । ଭାରତକୁ ହରାଇବା ପାଇଁ ସ୍ୱତନ୍ତ୍ର  ରଣନୀତି ସହ ପଡ଼ିଆକୁ ଓହ୍ଲାଇବୁ । ପୂର୍ବଭଳି ଏହି  ମ୍ୟାଚ୍‌ରେ ଆମ ଉପରେ ଅଧିକ ଚାପ ରହିବ । ଆମେ  ପୂର୍ବ ତ୍ରୁଟି ସୁଧାରି ନେଇଛୁ । ଭାରତକୁ କଡ଼ା ଜବାବ  ଦେବାକୁ ପ୍ରସ୍ତୁତ ରହିଛୁ ବୋଲି ଆଘା ପ୍ରକାଶ କରିଛନ୍ତି ।

Comments (0)
Add Comment