କରୋନା ଆକ୍ରାନ୍ତ ମନଦୀପ ସିଂ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁର: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତୀୟ ହକି ଟିମ୍‌ର ଫରୱାଡର଼୍ ଖେଳାଳି ମନଦୀପ ସିଂଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତ ଅମ୍ଳଜାନ ସ୍ତର ହ୍ରାସ ପାଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ସୂତ୍ରରେ କୁହାଯାଇଛି । ଇତି ମଧ୍ୟରେ ଘାତକ କରୋନା ଭୂତାଣୁ ଭାରତୀୟ ପୁରୁଷ ହକି ଦଳକୁ ଛୁଇଁସାରିଥିବା ବେଳେ ସୋମବାର ଏହି ସୂଚୀରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଖେଳାଳି । ପୂର୍ବରୁ ଅଧିନାୟକ ମନପ୍ରୀତ୍‌ ସିଂହଙ୍କ ସହ ୫ ଜଣ ଖେଳାଳି କରୋନା ପଜିଟିଭ୍‌ ବାହାରିଥିବା ବେଳେ ସୋମବାର ଫରୱାର୍ଡ ଖେଳାଳି ମନଦୀପ ସିଂହ ଷଷ୍ଠ ଖେଳାଳି ଭାବେ ଏହି ସୂଚୀରେ ସ୍ଥାନ ପାଇଛନ୍ତି ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ସୂଚନା ଦିଆଯାଇଛି । ଜଳନ୍ଧରର ଏହି ୨୫ ବର୍ଷୀୟ ଖେଳାଳିଙ୍କଠାର କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳିନାହିଁ । କିନ୍ତୁ ତାଙ୍କୁ ଅନ୍ୟ ୫ ଜଣ ପଜିଟିଭ୍‌ ଖେଳାଳିଙ୍କ ସହ ରଖାଯାଇଛି ଓ ତାଙ୍କର ଚିକିତ୍ସା ବେଙ୍ଗାଲୁରୁଠାରେ ଜାରି ରହିଛି । ଆସନ୍ତା ୨୦ ତାରିଖଠାରୁ ଏଠାକାର ସାଇ ସେଣ୍ଟର୍‌ଠାରେ ଜାତୀୟ କ୍ୟାମ୍ପ୍‌ ଆରମ୍ଭ ହେବାକୁ ଥିବା ବେଳ ଖେଳାଳିମାନେ ଏଠାରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ୍‌ ଟେଷ୍ଟ୍‌ କରାଯାଇଥିଲା । ଏହି ଟେଷ୍ଟ୍‌ରେ ଅଦ୍ୟାବଧି ୬ ଜଣ ଖେଳାଳି ପଜିଟିଭ୍‌ ବାହାରିସାରିଛନ୍ତି ।

Comments (0)
Add Comment