ଅଷ୍ଟ୍ରେଲିଆରେ ସଙ୍ଗରୋଧରେ ରହିବ ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ : ଆସନ୍ତା ଡିସେମ୍ବରରେ ଅଷ୍ଟ୍ରେଲିଆରେ ଭାରତ ଏକ ଟେଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ଅଷ୍ଟ୍ରେଲିଆ କ୍ୱାରେଣ୍ଟାଇନ୍ ପାଳନକୁ ଅଧିକ ଗୁରୁତ୍ୱ ଦେଉଛି । ଭାରତୀୟ ଖେଳାଳିମାନେ ଏହି ଗସ୍ତରେ ଆସିଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେମାନଙ୍କୁ ଦେଶର କରୋନା ନିୟମ ପାଳନ କରିବାକୁ ପଡ଼ିବ । ଅର୍ଥାତ୍ ସେମାନଙ୍କୁ ଆଗୁଆ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ହୋଟେଲଗୁଡ଼ିକରେ ଏହି ବ୍ୟବସ୍ଥା କରାଯିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି । ଅଷ୍ଟ୍ରେଲିଆ କହିଛି ଯେ, ଭାରତୀୟ ଖେଳାଳିମାନଙ୍କୁ ସୁରକ୍ଷିତ ରଖିବା ଲାଗି ସବୁ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯିବ । ଏକ ୧୪-ଦିନିଆ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ରଖାଯାଇଛି । ଏହାକୁ ସମସ୍ତେ ପାଳନ କରିବେ । ହେିପରି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟମାନଙ୍କ ଅଭ୍ୟାସ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ଭଲ ଟ୍ରେନିଂ ସୁବିଧା ପାଇପାରିବେ । କିନ୍ତୁ ଅଷ୍ଟ୍ରେଲିଆରେ ଯେଉଁସବୁ କରୋନା ନିୟମ ରହିଛି, ତାହାକୁ ଭାରତୀୟ ଖେଳାଳିମାନଙ୍କୁ ମାନିବାକୁ ପଡ଼ିବ ବୋଲି ବୋଡର଼୍ର ଅନ୍ତରୀଣ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ୍ ହକଲେ କହିଛନ୍ତି ।

Comments (0)
Add Comment