ଦୁବାଇ : ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାର ତିନି ଭେଟେରାନ୍ କ୍ରିକେଟର ଏପ୍ଡି ପ୍ଲେସିସ୍, ଏଲ୍ ଏନ୍ଗିଡି ଓ କାର୍ଗିସୋ ରାବଡ଼ା । ମଙ୍ଗଳବାର ଭୋର ସମୟରେ ଆସି ପହଞ୍ଚିଥିବା ଏହି ଖେଳାଳିମାନେ ନିର୍ଦ୍ଧାରିତ ହୋଟେଲକୁ ଯାଇଛନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଟେଲ ରୁମ୍କୁ ଗତ କିଛିଦିନ ଧରି ସାନିଟାଇଜ୍ କରାଯାଉଥିଲା । ଏଠାରେ ପହଞ୍ଚିବା ପରେ ସେମାନେ ସେମାନଙ୍କ ଦଳର ମ୍ୟାନେଜମେଣ୍ଟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛନ୍ତି । ତା’ସହ କୋଚ୍ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏଠାର ସମସ୍ତ କରୋନା ନିୟମ ପାଳନ କରିବା ପାଇଁ ସେମାନଙ୍କୁ କୁହାଯାଇଛି । ଏହା ପୂର୍ବରୁ କେତେକ ଟିମ୍ର ଖେଳାଳି ଓ ମ୍ୟାନେଜମେଣ୍ଟ ଷ୍ଟାଫ୍ ଦୁବାଇରେ ପହଞ୍ଚି ସାରିଛନ୍ତି । କିଛି କେଳାଳି ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସର ତିନୋଟି ଭେନ୍ୟୁ ଦୁବାଇ, ଆବୁଧାବି ଓ ସାରଜାହାରେ ମ୍ୟାଚ୍ଗୁଡ଼ିକ ଖେଳାଯିବ । ସେପ୍ଟେମ୍ବର ୧୯ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖରେ ୋଷ ହେବ । ଆଜି ଏଠାରେ ପହଞ୍ଚିବା ବେଳେ ଏହି ଖେଳାଳିମାନେ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ଏଠାର କରୋନା ନିୟମ ସଂପର୍କରେ ସେମାନେ ସଚେତନ ଥିବା କହିଛନ୍ତି ।