ଚେନ୍ନାଇ : ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଯେଉଁ କେତେଜଣଙ୍କ ନାମ ସୁପାରିଶ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ମାରିଆପ୍ପନା ଥାଙ୍ଗାଭେଲୁ । ନାମ ସୁପାରିଶ କରାଯାଇଥିବା ଖବର ପାଇବା ପରେ ମାରିଆପ୍ପାନ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଚୟନ କମିଟି ମୋର ନାମକୁ ସୁପାରିଶ କରିଛନ୍ତି । ଏଥିପାଇଁ ମୁଁ ସେମାନଙ୍କ ନିକଟକରେ କୃତଜ୍ଞ । ଏହା ଏକ ମର୍ଯ୍ୟାଦାଜନକ ସମ୍ମାନ । ଖେଳରତ୍ନ ପୁରସ୍କାର ପାଇବା ସୌଭାଗ୍ୟର କଥା । ଚୟନ କମିଟି ମୋର ନିଷ୍ଠା ଓ ପରିଶ୍ରମକୁ ସ୍ୱୀକୃତି ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି । ମାରିଆପ୍ପାନଙ୍କ ଛଡ଼ା ଭାରତୀୟ କ୍ରିକେଟ ଦଳର ଓପନର ରୋହିତ ଶର୍ମାଙ୍କ ନାମ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି । ମାରିଆପ୍ପାନ ହାଇଜମ୍ପ ପ୍ରତିଯୋଗିତାରେ ଭାରତକୁ ଏକାଧିକ ପଦକ ଦେଇଛନ୍ତି । ଦୁବାଇରେ ଅନୁଷ୍ଠିତ ଆଥଲେଟିକ୍ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ଏହାପରେ ସେ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତାମିଲନାଡୁରୁ ଖେଳରତ୍ନ ପାଇଁ ମନୋନୀତ ହେବାରେ ସେ େଉଛନ୍ତି ଦ୍ୱିତୀୟ କ୍ରିଡ଼ାବିତ୍ । ଏହାପୂର୍ବରୁ ବିଶ୍ୱନାଥନ ଆନନ୍ଦ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ମାରିଆପ୍ପାନ କହିଛନ୍ତି ଯେ, ମୋର ସମଗ୍ର କ୍ୟାରିୟର ଭିତରେ ଯେଉଁ ଉପଲବ୍ôଧ ଆସିଛି ତାହାହିଁ ଏଭଳି ମର୍ଯ୍ୟାଦା ପାଇବା ପାଇଁ ସହାୟକ ହୋଇଛି । ଖେଳରତ୍ନ ପୁରସ୍କାର ତାଲିକାରେ ଅନ୍ୟ ଯେଉଁମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ଦୀନେଶ ଫୋଗତ ଓ ମାଲିକା ବାତ୍ରା ଅଛନ୍ତି ।