ଭିନ୍ନ ଢଙ୍ଗରେ ମାତୃତ୍ୱ ଦିବସ ପାଳିଲେ କ୍ରୀଡ଼ା ତାରକା

ନୂଆଦିଲ୍ଲୀ : ରବିବାର ୧୦ ତାରିଖ ବିଶ୍ୱ ମାତୃତ୍ୱ ଦିବସ ସାରା ବିଶ୍ୱରେ ପାଳିତ ହୋଇଛି; କିନ୍ତୁ ଏବର୍ଷ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏବେ ସମଗ୍ର ବିଶ୍ୱରେ କରୋନା ଭାଇରସର ତାଣ୍ଡବ ଚାଲିଛି । ସମସ୍ତେ ନିଜ ନିଜ ଘରେ ଆବଦ୍ଧ । ତେବେ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଧିକାଂଶ ଘରଠାରୁ ବହୁ ଦୂରରେ । କରୋନା ବ୍ୟାପିବା ପୂର୍ବରୁ ସେମାନେ ଅନ୍ୟ ସ୍ଥାନରେ ରହିଥିଲେ । ତେଣୁ ଘରକୁ ଆସିପାରି ନାହାଁନ୍ତି । ଏମାନଙ୍କ ମଧ୍ୟରେ ବହୁ କ୍ରୀଡ଼ା ତାରକା ମଧ୍ୟ ଅଛନ୍ତି । ବହୁ ତାରକା ପ୍ରତ୍ୟକ୍ଷ ଭାବରେ ଅର୍ଥାତ୍ ଘରେ ମାତୃତ୍ୱ ଦିବସ ପାଳନ କରିବାରୁ ଏଥର ବଞ୍ଚିତ ହୋଇଛନ୍ତି । ଏଥିପାଇଁ ସେମାନେ ଭିଡ଼ିଓ କଲିଂ, ଭିଡ଼ିଓ କନଫରେନ୍ସିଂର ସାହାଯ୍ୟ ନେଇଛନ୍ତି । ତେବେ ସୁରେଶ ରାଇନା ଭାଗ୍ୟବାନ, କାରଣ ସେ ଘରେ ରହି ମା’ଙ୍କ ସହିତ ମାତୃତ୍ୱ ଦିବସ ପାଳନ କରିବା ସହ ପଟୋ ସେୟାର କରିଛନ୍ତି । ସେହିପରି, ହକି ଖେଳାଳି ନେହା ଗୋଏଲ ମଧ୍ୟ ମା’ଙ୍କ ସହ ଏକ ଅନ୍ତରଙ୍ଗ ସମୟର ଫଟୋ ସେୟାର କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଟେବୁଲ୍ ଟେନିସ୍ ଖେଳାଳି ସାଥିୟାନ୍ ଜ୍ଞାନ ଶେଖରନ୍ କହିଛନ୍ତି ଯେ, ଏଥର ମାତୃତ୍ୱ ଦିବସ ମୋ ପାଇଁ ଏକ ସଂପୂର୍ଣ୍ଣ ଭିନ୍ନ ଅନୁଭୂତି । ବକ୍ସର ବିଜେନ୍ଦ୍ର ସିଂ ତାଙ୍କ ଜେଜେମା\’ଙ୍କ ଫଟୋ ସେୟାର କରି ନିଜର ବାଲ୍ୟ ସମୟର ସ୍ମୃତି ବର୍ଣ୍ଣନା କରିଚନ୍ତି । ସେହିପରି, ଭାରତୀୟ ପୁରୁଷ ହକି ଦଳର ମନ୍‌ପ୍ରୀତ୍ ସିଂ ତାଙ୍କ ମା\’ ମନଜୀତ୍ କୌରଙ୍କୁ ବାହାରେ ଥାଇ ପ୍ରଣାମ ଜଣାଇଛନ୍ତି । ତା’ସହିତ ଟ୍ରଫି ସହିତ ମା’ଙ୍କ ସହିତ ଥିବା ପୂର୍ବଦିନର ଏକ ଫଟୋ ପୋଷ୍ଟ କରିଛନ୍ତି । ସେହିଭଳି ଆହୁରି ବହୁ କ୍ରୀଡ଼ା ତାରକା ବିଶ୍ୱ ମାତୃତ୍ୱ ଦିବସରେ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରିଛନ୍ତି ।

Comments (0)
Add Comment