ଅହମ୍ମଦାବାଦ ଆଇପିଏଲ ଦଳର ନାଁ ଘୋଷଣା

ଅହମ୍ମଦାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ୧୫ତମ ସିଜିନରେ ୧୦ଟି ଦଳ ଅଂଶ ଗ୍ରହଣ କରିବେ। ଦୁଇଟି ନୂତନ ଦଳ ହେଉଛନ୍ତି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ଲକ୍ଷ୍ନୌ ଫ୍ରାଞ୍ଚାଇଜି ନିଜ ଦଳର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରି ସାରିଛି। ଏହି କ୍ରମରେ ସୋମବାର ଅହମ୍ମଦାବାଦ ଦଳର ନାମ ସାମ୍ନାକୁ ଆସିଛି। ଫ୍ରାଞ୍ଚାଇଜିର ମାଲିକ ନିଜ ଦଳର ନାମ ଅହମ୍ମଦାବାଦ ଟାଇଟନ୍ସ ରଖିଛନ୍ତି।

ଫ୍ରାଞ୍ଚାଇଜି ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛି। ଦଳର ନେତୃତ୍ଵ  ନେବେ ହାର୍ଦ୍ଦିକ ପାଣ୍ଡ୍ୟା। ଫ୍ରାଞ୍ଚାଇଜି ନିଜ ଦଳରେ ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନ ଏବଂ ଭାରତୀୟ ଓପନର ଶୁଭମାନ ଗିଲ୍‌ଙ୍କୁ ସାମିଲ୍ କରିଛି। ଏହା ପୂର୍ବରୁ ଲକ୍ଷ୍ନୌ  ଫ୍ରାଞ୍ଚାଇଜି ନିଜ ଦଳର ନାମ ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ରଖିଛି। ଲକ୍ଷ୍ନୌ ଦଳ ଆରଜି ସଞ୍ଜୀବ ଗୋଏନକା ଗ୍ରୁପର ହୋଇଥିବା ବେଳେ ଅହମ୍ମଦାବାଦର ମାଲିକାନା ସିଭିସି କ୍ୟାପିଟାଲ୍ସ ପାଖରେ ରହିଛି।

Comments (0)
Add Comment