ବ୍ୟାଟିଂ କ୍ରମରେ ଅଦଳବଦଳକୁ ନେଇ ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍‌ ଜିତିଛି ସତ କିନ୍ତୁ ଦଳର ବ୍ୟାଟିଂକୁ ଟିମ୍‌ ମ୍ୟାନେଜମେଣ୍ଟଙ୍କ ସହ ବହୁ ପୂର୍ବତନ ଖେଳାଳି ଚିନ୍ତା ପ୍ରକଟ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ରୋହିତ, କୋହଲି ଏବଂ ପନ୍ତଙ୍କୁ ଶୀଘ୍ର ଆଉଟ୍‌ ହେବା ପରେ ଦଳ ଅସୁବିଧାର ସମ୍ମୁଖୀନ ହୋଇଥିଲା ।ଏହା ପରେ କେ.ଏଲ୍‌ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ୯୦ ରନ୍‌ ଭାଗିଦାରୀ ଦଳକୁ ସଂକଟ ମୁହୂର୍ତ୍ତରୁ ଉଦ୍ଧାର ନେଇଥିଲା । କିନ୍ତୁ କେଏଲ ରାହୁଲ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ୍‌ ହେବା ପରେ ପୁଣିଥରେ ଭାରତର ବ୍ୟାଟିଂ ଫେଲ ମାରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ମାତ୍ର ୨୩୭ ରନ୍‌ ସ୍କୋର କରିପାରିଥିଲା ।
ମ୍ୟାଚରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ କ୍ୟାପ୍ଟେନ ରୋହିତ ଶର୍ମା ଓପନିଂ ପଠାଇଥିଲେ । ସେହପରି ଓପରନ କେଏଲ ରାହୁଲଙ୍କୁ ଚାରିନମ୍ବରରେ ଖେଳାଇଥିଲେ । ଏହି ନିଷ୍ପତ୍ତି ଉପରେ ମତ ଦେଇ ଗାଭାସ୍କର କହିଛନ୍ତି ଯେ,ଦଳରେ ଉଭୟଙ୍କ ଭୂମିକା ଭିନ୍ନ । ତେଣୁ ଦଳର ଏହି ନିଷ୍ପତ୍ତି ସେ ଖୁସି ନାହାନ୍ତି ବୋଲି କହିଛନ୍ତି । ସେ ଏହି ଅବସରରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିକୁ ମଧ୍ୟ ସେ ଅନୁଭବ କରିଛନ୍ତି । ସେ କହିଛନ୍ତି ଜାଡେଜା ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ମ୍ୟାଚର ମଝି ସମୟରେ ସେ ୱିକେଟ ନେବା ସହ ଭଲ ଫିଲ୍ଡ କରନ୍ତି । ତେଣୁ ତାଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଛି ବୋଲି ସେ କହିଛନ୍ତି ।
କିମ୍ବଦନ୍ତୀ ସୁନୀଲ ଗାଭାସ୍କର କହିଛନ୍ତି, “ସତ କହିବାକୁ ଗଲେ, ପନ୍ତଙ୍କୁ ଅର୍ଡର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ କହିଛନ୍ତି ମୋ ମତରେ ପନ୍ତ ୬ କିମ୍ବା ୭ ନମ୍ବରରେ ଖେଳିଲେ ଭଲ । ସେ ଫିନିସନର ହେବା ଉଚିତ୍‌ । ମୁଁ ଭାବୁଥିଲି ରାହୁଲ ରୋହିତଙ୍କ ସହ ଓପନିଂ କରିବେ ସୂର୍ଯ୍ୟ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ ।

Comments (0)
Add Comment