ଜାଣନ୍ତୁ ଆଇପିଏଲ ଖେଳାଳି ନିଲାମର ଦ୍ୱିତୀୟ ଦିନର ତାଜା ଖବର : ପଞ୍ଜାବ କିଙ୍ଗ୍‌ସ ଲିଭିଙ୍ଗଷ୍ଟୋନ୍‌ଙ୍କୁ ୧୧.୫୦ କୋଟିରେ କିଣିଲା

ବେଙ୍ଗାଲୁରୁ : ଆଜି ଆଇପିଏଲ୍‌ ର ୧୫ ତମ ସିଜନ୍‌ ପାଇଁ ମେଗା ନିଲାମର ଦ୍ୱିତୀୟ ଦିନ । ନିଲାମ ଜାରି ରହିଛି । ପଞ୍ଜାବ କିଙ୍ଗ୍ସ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ରେ ୧୧.୫୦ କୋଟି ଟଙ୍କାରେ କିଣିଥିବା ଜଣାପଡିଛି । ଏଥିସହିତ ଅଜିଙ୍କ୍ୟ ରାହାନେଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୧ କୋଟି ଟଙ୍କାରେ କିଣିଛି । ଯେତେବେଳେ ଇଏନ୍‌ ମୋର୍ଗାନ୍‌ ଏବଂ ଜେମ୍ସ ନିଶାମ କୌଣସି କ୍ରେତା କିଣି ନାହାନ୍ତି ।

ଅଲରାଉଣ୍ଡର ଶିବମ ଦୁବେଙ୍କ ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା । ଦୁବେଙ୍କୁ କିଣିବା ପାଇଁ ପଞ୍ଜାବ କିଙ୍ଗ୍ସ, ସୁପରଜିଆଣ୍ଟସ୍‌ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଆଗକୁ ଆସିଥିଲେ । କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ୪ କୋଟି ଟଙ୍କାର ସର୍ବାଧିକ ବିଡ୍‌ କରି ଦୁବେଙ୍କୁ ସେମାନଙ୍କ ସହ ରଖିଥିଲେ । ଦୁବେ ଗତ ସିଜିନରେ ଆରସିବିରେ ଥିଲେ ।
ୱେଷ୍ଟଇଣ୍ଡିଜ୍‌ ଓଡାଇନ୍‌ ସ୍ମିଥ୍‌ଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ଥିଲା ଏବଂ ତାଙ୍କୁ କିଣିବା ପାଇଁ ପଞ୍ଜାବ କିଙ୍ଗସ୍‌, ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦୌ଼ ହୋଇଥିଲା । କିନ୍ତୁ ପଞ୍ଜାବ ସ୍ମିଥଙ୍କ ସହ ୬ କୋଟି ଟଙ୍କା ଦେଇ ନିଜ ଦଳରେ ସାମିଲ କରିଛିା
ଦକ୍ଷିଣ ଆଫ୍ରିକାର ମାର୍କ ଜାସନ୍‌ଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା ଏବଂ ତାଙ୍କୁ କିଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର଼ ହୋଇଥିଲା । ଶେଷରେ ହାଇଦ୍ରାବାଦ ତାଙ୍କୁ ୪.୨ କୋଟି ଟଙ୍କାରେ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି ।
ଗୁଜୁରାଟ ଟାଇଟାନ୍ସ ବିଜୟ ଶଙ୍କରଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି । ଗୁଜୁରାଟରୁ ଶଙ୍କରଙ୍କୁ ୧.୪୦ କୋଟି ଟଙ୍କା ମିଳିଛି ।
ଗୁଜୁରାଟ ଟାଇଟାନ୍ସ ଦ୍ୱାରା ଜୟନ୍ତ ଯାଦବ ଯୋଗ କରାଯାଇଥିଲା । ଭାରତୀୟ ଅଲରାଉଣ୍ଡର ଜୟନ୍ତ ଯାଦବଙ୍କୁ ଗୁଜୁରାଟ ଟାଇଟାନ୍ସ ୧.୭୦ କୋଟି ଟଙ୍କା ଦେଇଛି । ମୋର୍ଗାନ ବ୍ୟତୀତ ଚେତେଶ୍ୱର ପୂଜାରା ମଧ୍ୟ ବିକ୍ରି ହୋଇନାହାନ୍ତି । ପୂଜାରା ଗତ ସିଜନରେ ସିଏସକେ ସହିତ ଥିଲେ । ମନଦୀପ ସିଂଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧ କୋଟି ଟଙ୍କାରେ କିଣିଛି । ରାହାନକୁ କୋଲକାତା ୧ କୋଟି ଟଙ୍କାରେ କିଣିଛି ।
ମାକ୍ରମଙ୍କୁୁ ସନରାଇଜର୍ସ ହାଇଦ୍ରାବାଦ ୨.୬୦ କୋଟି ଟଙ୍କାରେ କିଣିଛି ।

Comments (0)
Add Comment