ଧୋନିଙ୍କ ପରେ ରାଇନାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାରତୀୟ କ୍ରିକେଟର ଅନ୍ୟ ଜଣେ ସଫଳ କ୍ରିକେଟର ସୁରେଶ ରାଇନାଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତୁମ ପାଇଁ ଅବସର ଶବ୍ଦ ବ୍ୟବହାର କରିବାକୁ ଠିକ୍‌ ମନେ କରୁନାହିଁ । କାରଣ ଅବସର ନେଲାଭଳି ବୟସରେ ତୁମେ ପହଞ୍ଚି ନାହଁ । ତେବେ ଏହା ତୁମର ନିଷ୍ପତ୍ତି । ଭାରତୀୟ କ୍ରିକେଟ ପାଇଁ ତୁମର ଯେଉଁ ଅବଦାନ ରହିଛି ତାହାକୁ ପିଢ଼ି ପିଢ଼ିର ଯୁବକ ମନେ ରଖିବେ । ତେଣୁ ସବୁଠୁ ବଢ଼ିଆ ବ୍ୟାଟ୍ସମ୍ୟାନ୍‌ ଏବଂ ଉପଯୋଗୀ ବୋଲର ଭାବେ ଆଗାମୀ ସମୟର କ୍ରିକେଟରମାନେ ତୁମକୁ ସ୍ମରଣ କରିବେ ବୋଲି ମୋଦି କହିଛନ୍ତି । ଭାରତୀୟ କ୍ରିକେଟର ସୁରେଶ ରାଇନା ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟରେ ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ରାଇନାଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଜଣେ ବହୁତ ଭଲ ଫିଲଡର ବୋଲି ମଧ୍ୟ କହିଛନ୍ତି । ରାଇନା ନିଜେ ଇନ୍ସଟାଗ୍ରାମରେ ଏହି ଚିଠିକୁ ସେୟାର କରିଛନ୍ତି । ଚିଠି ପୋଷ୍ଟ କରି ରାଇନା ଲେଖିଛନ୍ତି, ‘ଯେତେବେଳେ ଆମେ ଖେଳୁ, ହୃଦୟର ସହ ଖେଳୁ । ପ୍ରଶଂସକଙ୍କ ଭଲପାଇବା ଠାରୁ ବଢି ଆଉ କୌଣସି ପ୍ରଶଂସା ନାହିଁ ।ଏହି ପ୍ରଶଂସା ଆହୁରି ଖାସ ହୋଇଯାଏ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ପ୍ରଶଂସା କରନ୍ତି । ନରେନ୍ଦ୍ର ମୋଦିଜି, ଆପଣଙ୍କ ପ୍ରଶଂସା ଓ ଶୁଭକାମନା ପାଇଁ ଧନ୍ୟବାଦ, ଜୟ ହିନ୍ଦ ।’
ଚିଠିରେ ମୋଦି ଲେଖିଛନ୍ତି, “ପ୍ରିୟ ସୁରେଶ, ଅଗଷ୍ଟ ୧୫ ତାରିଖରେ ଏହି ନିଷ୍ପତ୍ତି ନେବା ବୋଧହୁଏ ଆପଣଙ୍କ ଜୀବନର ସବୁଠାରୁ ମୁସକିଲ ଫଇସଲା ଥିଲା । ଆପଣଙ୍କ ପାଇଁ ଅବସର ଶବ୍ଦ ପ୍ରୟୋଗ କରିବିନି । ଆପଣ ଯୁବା ଅଛନ୍ତି ଏବଂ ଆପଣଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଆପଣଙ୍କ ଯାତ୍ରା ମୁରାଦନଗରରୁ ଆରମ୍ଭ ହୋଇଥିଲା । ଏହାପରେ ଏହି ସ୍ୱପ୍ନକୁ ନେଇ ଆପଣ ଲକ୍ଷେ୍ନø ଆସିଥିଲେ । ସେବେଠାରୁ ଅତ୍ୟନ୍ତ ସୁନ୍ଦର ରହିଥିଲା ଆପଣଙ୍କ ଯାତ୍ରା । ଆପଣ ୩ଟି ଫର୍ମାଟରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଆପଣଙ୍କୁ କେବଳ ବ୍ୟାଟ୍ସମ୍ୟାନ ଭାବେ ସ୍ମରଣ କରାଯିବ ନାହିଁ । ଆପଣ ବ୍ୟାଟିଂ ସହ ବୋଲିଂ ମଧ୍ୟ କରିଛନ୍ତି । ଆପଣଙ୍କ ଫିଲଡିଂ ଅନ୍ୟମାନଙ୍କୁ ପ୍ରେରିତ କରିଥାଏ । ୨୦୧୧ ବିଶ୍ୱକପରେ ଆପଣଙ୍କ ପ୍ରଦର୍ଶନ ଦେଶ କେବେ ମଧ୍ୟ ଭୁଲିବନି । ମୁଁ ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ଆପଣଙ୍କ ଖେଳ ଲାଇଭ ଦେଖିଛି । ଅପାଙ୍କ ଇନିଂସ ଟିମର ବିଜୟ ପାଇଁ ମହତ୍ୱପୂର୍ଣ ଥିଲା ।

Comments (0)
Add Comment