ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁଇଂ ଭେଟେରାନ୍ ଭୁବନେଶ୍ୱର କୁମାର ଏବେ ଟେଷ୍ଟ ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍ ବ୍ୟାକୁଳ । ତେବେ ଏହା ତାଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ମିରଟର ଏହି ଯୁବ ବୋଲର ଶେଷଥର ପାଇଁ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨୦୧୮ ଜାନୁୟାରୀ ଟେଷ୍ଟରେ ଶେଷ ଥର ପାଇଁ ଖେଳିଥିଲେ । ସେହି ମ୍ୟାଚ୍କୁ ବିରାଟ ବାହିନୀ ୬୩ ରନ୍ରେ ଜିତିଥିଲେ । ଗୋଟିଏ ସମୟରେ କୁମାରଙ୍କୁ ନିୟମିତ ଭାବେ ସୀମିତ ଓଭରରେ ଦେଖିବାକୁ ମିଳିଥିଲା । ତେବେ ଟେଷ୍ଟ ତାଙ୍କ ପାଇଁ ପରବର୍ତ୍ତୀ ସମୟରେ ଦୂରେଇ ଗଲାଭଳି ସେ ଅନୁଭବ କରିଥିଲେ । ଏବେ ପୁନର୍ବାର ଏହି ଫର୍ମାଟକୁ ଫେରିବାକୁ ସେ ଅଧିକ ବ୍ୟାକୁଳ ହୋଇ ଉଠିଛନ୍ତି । ସେ କହିଛନ୍ତି ଯେ, ମୁଁ ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ନିଶ୍ଚିତଭାବରେ ଆଗ୍ରହୀ । କିନ୍ତୁ ବର୍ତ୍ତମାନ ଏହା ମୋ ପକ୍ଷେ ଏତେ ସହଜ ହେବନାହିଁ ବୋଲି ମୁଁ ଭଲ ଭାବେ ଜାଣିପାରୁଛି ।