ଚାପ ସମ୍ଭାଳିବାରେ ରୋହିତ ଓସ୍ତାଦ: ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ବର୍ତ୍ତମାନ ସମୟରେ ରୋହିତ ଶର୍ମା ଜଣେ ଅନ୍ୟତମ ସବୁଠୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ । ଚାପ ମୂଳକ ସ୍ଥିତିରେ ଖେଳକୁ କିପରି ସାମ୍ନା କରାଯାଇପାରିବ ସେ କୌଶଳ ତାଙ୍କୁ ଭଲ ଭାବରେ ଜଣା । ତାଙ୍କର ଏହି କ୍ଷମତା ଓ ଦକ୍ଷତା ତାଙ୍କୁ ଜଣେ ସଫଳ କ୍ରିକେଟର ଓ ଆଇପିଏଲ୍ ଅଧିନାୟକ ଭାବେ ଗଢ଼ିତୋଳିଛି । ରୋହିତଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଭିଭିଏସ୍ ଲକ୍ଷ୍ମଣ । ଏକ ୱେବ ବିତର୍କ ବେଳେ ଲକ୍ଷ୍ମଣ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ରାହୁଲଙ୍କର ପ୍ରଦର୍ଶନ ଅତି ଉଚ୍ଚକୋଟିର ଥିଲା । ଚାରୋଟି ଟାଇଟଲ୍ ସେ ଦଳକୁ ଦେଇଛନ୍ତି । ଯାହା ଚେନ୍ନାଇକୁ ପଛରେ ପକାଇଥିଲା । ଏ ଦୃଷ୍ଟିରୁ ଆଇପିଏଲ୍ ଇତିହାସରେ ବର୍ତ୍ତମାନ ପାଇଁ ସେ ସବୁଠୁ ସଫଳ ସ୍କିପର ସାବ୍ୟସ୍ତ ହୋଇପାରିଛନ୍ତି । କେବଳ ସେତିକି ନୁହେଁ, ଅଧିନାୟକ ସାଙ୍ଗକୁ ବ୍ୟାଟ୍ସମ୍ୟାନ୍ ଭାବେ ମଧ୍ୟ ତାଙ୍କର ପରାକାଷ୍ଠା ଦେଖିବାକୁ ମିଳିଛି । ଡେକାନ୍ ଚାଜର୍ସରୁ ସେ ତାଙ୍କର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଫ୍ରାଞ୍ଚାଇଜ୍ ଦଳଗୁଡ଼ିକ ତାଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । କେବଳ ଆଇପିଏଲ୍ ନୁହେଁ ଅନ୍ୟ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ମଧ୍ୟ ରୋହିତ ଶର୍ମା ତାଙ୍କର ଦକ୍ଷତା ଓ କ୍ଷମତା ପ୍ରତିପାଦିତ କରିଛନ୍ତି । ଆଗକୁ ତାଙ୍କର ଲମ୍ବା ଭବିଷ୍ୟତ ରହିଛି । ନିଜ ଖାତାରେ ସେ ଆହୁରି ଅଧିକ ରେକର୍ଡ଼ ଯୋଡ଼ି ପାରିବେ ବୋଲି ଲକ୍ଷ୍ମଣ ଆଶାବ୍ୟକ୍ତ କରିଛନ୍ତି ।

Comments (0)
Add Comment