କରାଚୀ: ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ବିବେଚିତ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋହେବ ଅଖତର ଏବେ ଭାରତର କ୍ରୀଡ଼ା ଜଗତର ବିଭିନ୍ନ ସମସ୍ୟା, ବିଭିନ୍ନ ବକ୍ତବ୍ୟରେ ଭାଗ ନେଇ ନିଜକୁ ଜଣେ ସଚ୍ଚା ପ୍ରଶଂସକ ଭାବେ ବିବେଚନା କରୁଛନ୍ତି । ଗତକାଲି ଭାରତ ପାଇଁ ବୋଲିଂ କୋଚ୍ ହୋଇ ଭାରତରେ ଶହ ଶହ ବୋଲର ସୃଷ୍ଟି କରିବା ପାଇଁ ବକ୍ତବ୍ୟ ଦେଇଥିବା ବେଳେ ଆଜି ବଲିଉଡ୍ର ସୁପର ଷ୍ଟାର୍ ସଲମାନ୍ ଖାଁଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ କହିବା କଥା ମୁଁ ସଲମାନ୍ଙ୍କୁ ବହୁତ ପ୍ରଶଂସା କରେ । ୨୦୧୬ ମସିହାରେ ଦୁବାଇଠାରେ ମୁଁ ସଲ୍ମାନଙ୍କୁ ଭେଟିଥିଲି । ସେ ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ୫୪ ବର୍ଷ ବୟସରେ ଯଦି ସଲମାନ୍ ତାଙ୍କର ବାୟୋପିକ୍ ତିଆରି କରନ୍ତେ ତେବେ ସେ ତାଙ୍କୁ ଜଣେ କ୍ରୀଡ଼ା ପ୍ରେମୀ ବୋଲି କୁହନ୍ତେ । ନିକଟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ବାୟୋପିକ୍ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ସେହିପରି ୧୯୮୩ ବିଶ୍ୱ ବିଜେୟୀ ଦଳର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଇ କରୋନା ଯୋଗୁଁ ତାହା ସ୍ଥଗିତ ରହିଛି । ସୂଚନାଯୋଗ୍ୟ, ଅଖତର ପାକିସ୍ତାନ ବିରୋଧରେ ୪୬ଟି ଟେଷ୍ଟ ଓ ୧୬୩ଟି ଏକଦିବସୀୟ ଖେଳିଥିବା ବେଳେ ଟେଷ୍ଟରେ ୧୭୮ଟି ୱିକେଟ୍ ଓ ଏକଦିବସୀୟରେ ୨୪୭ଟି ୱିକେଟ୍ ଅକ୍ତିଆର କରିଛନ୍ତି ।