‘ଖେଳ ରତ୍ନ’ ପାଇଁ ଦୂତୀଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଦେଶର ସର୍ବେ଼ାଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ରାଜ୍ୟ ସରକାର ସୁପାରିସ କରିଛନ୍ତି । ସେହିପରି ପୁରୁଷ ହକି ଦଳର ଷ୍ଟାର୍‌ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌ କରିଛନ୍ତି ରାଜ୍ୟ ସରକାର । ଏହାଛଡା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍‌ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍‌ ଅନୁରାଧା ବିଶ୍ୱାଳଙ୍କ ନାଁ ମଧ୍ୟ ରାଜ୍ୟ ସରକାର ସୁପାରିସ୍‌ କରିଛନ୍ତି ।
ଦୂତୀ ଟ୍ୱିଟ୍‌ କରି କହିଛନ୍ତି ଯେ, ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ରାଜ୍ୟସରକାର ମୋର ନାମ ସୁପାରିସ କରିଥିବାରୁ ମୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାର୍ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆପଣଙ୍କ ଆଶୀର୍ବାଦ ସବୁବେଳ ମୋ ଉପରେ ଏମିତି ରହିଥାଉ।

Comments (0)
Add Comment