କାନପୁର : ଗ୍ରୀନ୍ ପାର୍କରେ ରୋମାଞ୍ଚକର ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ସାଥ୍ ଦେଇଛି ଖରାପ ଆଲୋକ । ଯାହା ଫଳରେ ବିଜୟ ଆଡକୁ ଅଗ୍ରସର ହେଉଥିବା ଟିମ ଇଣ୍ଡିଆ ଶେଷର ଡ୍ର’ ହିଁ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଆତ୍ମସମର୍ପଣ କରିଥିଲା କିଓ୍ବି ଟିମ । କିନ୍ତୁ ନ୍ୟୁଜିଲାଣ୍ଡର ଶେଷ ଯୋଡି କ୍ରିଜ୍ରେ ରହି ନିଶ୍ଚିତ ପରାଜୟରୁ ଟିମ୍କୁ ବଞ୍ଚାଇଦେଇଛନ୍ତି । ଲଞ୍ଚ ବ୍ରେକ୍ ଯାଏଁ ଯେଉଁଠି ଲାଗୁଥିବା ମ୍ୟାଚ ନ୍ୟୁଜିଲାଣ୍ଡ ପକ୍ଷରେ ଯିବ କିନ୍ତୁ ଲଞ୍ଚ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଅଶ୍ବିନ୍-ଜାଡେଜା ସ୍ବିନ୍ ଯୋଡି ନ୍ୟୁଜିଲାଣ୍ଡର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍ କରିଦେଇଛନ୍ତି । ପ୍ରଥମ ଇନିଂସ ଭଳି ଦ୍ବିତୀୟ ଇନିଂସରେ ମଧ୍ୟ ସ୍ବିନରମାନେ ଘାତକ ବୋଲିଂ କରିଛନ୍ତି । ଦ୍ବିତୀୟ ଇନିଂସରେ ମୋଟ ୮ଓ୍ବିକେଟ ନେଇଛନ୍ତି ଭାରତୀୟ ସ୍ପିନର ।