ନିଆରା ରେକର୍ଡ ହାସଲ କଲେ କୋହଲି

ଡୋମିନିକା: ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ବିଦେଶୀ ମାଟିରେ ବାପ-ପୁଅ ଯୋଡ଼ି ସମ୍ମୁଖୀନ ହେବାର ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି କୋହଲି। ୩୪ ବର୍ଷୀୟ କୋହଲି ୨୦୧୧ ୱେଷ୍ଟଇଣ୍ଡିଜ ଗସ୍ତରେ କିମ୍ବଦନ୍ତୀ ଶିବନାରାଇନ ଚନ୍ଦ୍ରପାଲଙ୍କୁ ବିପକ୍ଷରେ ଖେଳିଥିଲେ। ଏବେ ବିରାଟ ପ୍ରଥମ ଟେଷ୍ଟରେ ଚନ୍ଦ୍ରପାଲଙ୍କ ପୁଅ ଟାଗେନାରିନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆରେ ଜିଓ ମାର୍ଶ ଏବଂ ତାଙ୍କ ପୁଅ ଶନ ମାର୍ଶଙ୍କୁ ବିପକ୍ଷରେ ଖେଲିଥିଲେ। ୧୯୯୨ରେ ଅଷ୍ଟ୍ରେଲିଆ ଗସ୍ତରେ ତେନ୍ଦୁଲକର ଜିଓ ମାର୍ଶଙ୍କ ବିପକ୍ଷରେ ଖେଳିଥିଲେ। ସଚିନ ୨୦୧୦-୧୧ରେ ତାଙ୍କ ପୁଅ ଶନ ମାର୍ଶଙ୍କ ବିପକ୍ଷରେ ଅଷ୍ଟ୍ରେଲିଆରେ ଅବତରଣ କରିଥିଲେ।

Comments (0)
Add Comment