ମନ ବଦଳାଇଲେ ଇଶାନ୍ତ, ଖେଳିବେ ରଣଜୀ

ନୂଆଦିଲ୍ଲୀ : ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା  ପରେ ଭାରତୀୟ ପେସ୍‌ ବୋଲର  ଈଶାନ୍ତ ଶର୍ମା ଶେଷରେ ରଣଜୀ  ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି ।ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ  ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍‌  ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ  ଯୋଗାଯୋଗ କରା ଯାଇଥିଲା ।  କିନ୍ତୁ ସେ ଫୋନ୍‌ ଉଠାଇନଥିଲେ ।  ଦୀର୍ଘ ସମୟ ଧରି ଅପେକ୍ଷା କରିବା  ପରେ ଶେଷରେ ଈଶାନ୍ତଙ୍କୁ ବାଦ  ଦେଇ ଦଳ ଘୋଷଣା ହୋଇଥିଲା ।  ଆଇପିଏଲ୍‌ ନିଲାମରେ ତାଙ୍କୁ  କୌଣସି ଦଳ କିଣିବାକୁ ଆଗ୍ରହ  ଦେଖାଇନଥିଲେ । ଫଳରେ ସେ  ରଣଜୀ ଖେଳିବା ନେଇ ଡିଡିସିଏକୁ  ଜଣାଇଥିଲେ ।

ବୁଧବାର ଈଶାନ୍ତ  ଗୌହାଟୀରେ ପହଞ୍ଚି ୫ଦିନିଆ  କ୍ୱାରେଣ୍ଟାଇନରେ ରହିଛନ୍ତି । ତେଣୁ  ସେ ଗୁରୁବାର ତାମିଲନାଡ଼ୁ  ବିପକ୍ଷ ପ୍ରଥମ ଗ୍ରୁପ୍‌-ଏଚ୍‌ ମ୍ୟାଚ୍‌  ଖେଳିବେନି । ସେ ଶେଷ ଦୁଇଟି  ଗ୍ରୁପ୍‌ ମ୍ୟାଚ୍‌ ଝାଡ଼ଖଣ୍ଡ ଓ ଛତିଶଗଡ଼  ବିପକ୍ଷ ମ୍ୟାଚ୍‌ରେ ଦଳ ଚୟନ ପାଇଁ  ଉପଲବ୍ଧ ହେବେ ବୋଲି ଡିଡିସିଏ  ପକ୍ଷରୁ କୁହାଯାଇଛି । ୧୯ବର୍ଷରୁ କମ୍‌  ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳ  ଅଧିନାୟକ ୟଶ୍‌ ଧୂଲ ଆସନ୍ତାକାଲି  ଧ୍ରୁବ ସୋରେଙ୍କ ସହ ଓପନ  କରିବେ । ବିଶ୍ୱକପ୍‌ରେ ପ୍ରଭାବୀ  ପ୍ରଦର୍ଶନ ପରେ ଧୂଲ ରଣଜୀରେ  ନିଜ ଚମକ ଦେଖାଇବାକୁ  ଜୋରଦାର ପ୍ରସ୍ତୁତି କରିଛନ୍ତି ।

Comments (0)
Add Comment