ସେହ୍ୱାଗ ଏମିତି ପାଳିଲେ ଜନ୍ମଦିନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ୱାଗ ବୁଧବାର ତାଙ୍କର ୪୩ ତମ ଜନ୍ମଦିନ ପାଳନ କରିଛନ୍ତି । କୋହ ଆପରେ ସେହୱାଗ ମଧ୍ୟ ଏହାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେହ୍ୱାଗ ତାଙ୍କ ପତ୍ନୀ ଆରତୀ ଏବଂ ମାଆଙ୍କ ସହ ନଜର ଆସିଥିବାବେଳେ ପୁଅ ତାଙ୍କ ପାଇଁ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ । ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି । କୋହ ଆପରେ ଭିଡିଓ ସେୟାର କରି ସେହ୍ୱାଗ ଲେଖିଛନ୍ତି । ଜନ୍ମଦିନର ଶୁଭେଚ୍ଛା, ଅଦ୍ଭୁତ ଶୁଭେଚ୍ଛା ପାଇଁ ଧନ୍ୟବାଦ ।

Comments (0)
Add Comment