ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଜଗତର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀ ଜଣେ । ସେ ନିଜର ଚତୁରତା ଓ ଦକ୍ଷତା ନେଇ ସବୁବେଳେ ପ୍ରଶଂସାର ପାତ୍ର ହୋଇଥାନ୍ତି । ଧୋନୀଙ୍କ ଅଧିନାୟକତ୍ୱ ସମୟରେ ଭାରତ ଟେଷ୍ଟରେ ୧ ନମ୍ବର, ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ(୨୦୦୭), ଦିନିକିଆ ବିଶ୍ୱକପ୍ (୨୦୧୧), ଚମ୍ପିଅନ୍ସ ଟ୍ରଫିଂ ବିଜୟୀ ହୋଇଛନ୍ତି । ଧୋନି ବିଶ୍ୱର ଏକମାତ୍ର ଖେଳାଳି ଯିଏ ଯାହାଙ୍କ ନିକଟରେ ଆଇସିସିର ସମସ୍ତ ଫର୍ମାଟର କପ୍ ରହିଛି । ତେବେ ଧୋନିଙ୍କ ବ୍ୟାଟିକ୍ରମକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଆସୁଛି । ବ୍ୟାଟିଂ କ୍ରମରେ ୬ନମ୍ବରେ ଆସିଥାନ୍ତ ବ୍ୟାଟିଂ କରିବାକୁ । କିନ୍ତୁ ଏତେ ତଳକ୍ରମରେ ବ୍ୟାଟିଂ କରିବାକୁ ଆସି ମଧ୍ୟ ଦିନିକିଆରେ ୫୦ରୁ ଅଧିକ ପ୍ରତିଶତରେ ୧୦୭୭୩ ରନ୍ ସଂଗ୍ରହ କରିଛନ୍ତି । ବ୍ୟାଟିଂ କ୍ରମରେ ଧୋନିଙ୍କ ବ୍ୟାଟିଂ ସବୁବେଳେ ଉଦହାରଣ ଦିଆଯାଇଥାଏ । ଧୋନି ଯଦି ବ୍ୟାଟିଂ କ୍ରମରେ ୩ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତେ , ତେବେ ସେ ଅନେକ ରେକର୍ଡ ବ୍ରେକ୍ କରିପାରିଥାନ୍ତେ ବୋଲି କହିଛନ୍ତି ଗୌତମ ଗମ୍ଭୀର କହିଛନ୍ତି । ଗୌତମ ଗମ୍ଭୀରଙ୍କ ଅନୁଯାୟୀ, ଧୋନୀ ଜଣେ ଦକ୍ଷ ବ୍ୟାଟସମ୍ୟାନ୍ । ତାଙ୍କ ଯଦି ନମ୍ବର ୬ କିମ୍ବା ୭ ପରିବର୍ତ୍ତ ୩ ନମ୍ବରରେ ବ୍ୟାଟିଂ କରିବାକୁ ଦିଆଯାଇଥାନ୍ତି । ତେବେ ସେ ଅନେକ ରେକର୍ଡକୁ ବ୍ରେକ୍ କରିଥାନ୍ତେ । ଗମ୍ବୀର ଏହା ମଧ୍ୟ କହିଛନ୍ତି ଯେ, ଅଧିନାୟକ ଯଦି ଦିଆଯାଇନଥାନ୍ତ, ତେବେ ଧୋନି ଧୋନି ବ୍ୟାଟିଂ ତାଲିକାରେ କେତେ ରେକର୍ଡ ଭାଙ୍ଗିବା ସହ ଶୀର୍ଷରେ ରହିଥାନ୍ତେ । ଯଦି ଧୋନୀ ବ୍ୟାଟି କ୍ରମରେ ଆଗୁଆ ଆସିଥାନ୍ତେ । ତେବେ ବିଶ୍ୱ କ୍ରିକେଟରେ ଏକ ଅଲଗା ପ୍ରକାରର ଖେଳାଳି ଭାବେ ଉଭା ହୋଇଥାନ୍ତେ । ଧୋନି ଆହୁରି ରନ୍ କରିପାରଥାନ୍ତେ । ଦୁନିଆର ସବୁଠାରୁ ରୋମାଞ୍ଚକର କ୍ରିକେଟର ହୋଇଥାନ୍ତେ । ୨୦୦୪ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଡେବ୍ୟୁ କରିଥିବା ଧୋନି ଶ୍ରୀଲଙ୍କା ଓ ପାକିସ୍ତାନ ବିରୋଧରେ ସ୍ମାରଣୀୟ ପାରି ଖେଳିଥିଲେ । ସେହି ଦୁଇଟି ଯାକ ମ୍ୟାଚ୍ରେ ଧୋନି ୩ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲା । ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ଖୁବ୍ ରନ୍ ସଂଗ୍ରହ କରିଥିଲେ । ଉଚ୍ଚ଼ମାନର ଷ୍ଟ୍ରାଇକ୍ ରେଟ୍ ହିସାବରେ ମଧ୍ୟ ରନ୍ ସଂଗ୍ରହ କରିଥାନ୍ତି । ତେଣୁ ଯଦି ସେ ଅଧିନାୟକ ହୋଇନଥାନ୍ତେ, ତେବେ ଧୋନି ଜଣେ ମାରତ୍ମକ ବ୍ୟାଟସମ୍ୟାନ୍ ହୋଇଥାନ୍ତେ । ୱିକେଟ ରକ୍ଷକ ବ୍ୟାଟସ୍ମ୍ୟାନ ମହେନ୍ଦ୍ର ସିଂହ ଧୋନି ୯୦ଟି ଆନ୍ତଃରାଷ୍ଟ୍ରୀୟ ଟେଷ୍ଟରେ ୧୪୪ଟି ପାରି ଖେଳି ୪୮୭୬ରନ କରିଛନ୍ତି । ଟେଷ୍ଟରେ ୬ଟି ଶତକ,୩୩ଟି ଅର୍ଦ୍ଧଶତକ ଓ ଗୋଟିଏ ୨ଟି ଦ୍ୱିଶତକ କରିଛନ୍ତି । ସେହିପରି ୩୫୦ଟି ଆନ୍ତଃରାଷ୍ଟ୍ରୀୟ ଦିନିକିଆ ମ୍ୟାଚ ଖେଳି ୧୦୭୭୩ରନ୍ ସଂଗ୍ରହ କରିଛନ୍ତି ।