ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନ୍ୟୁଜିଲାଣ୍ଡକୁ ପ୍ରଥମ ଟି-୨୦ରେ ୫ ଉଇକେଟରେ ହରାଇଛି । ଏଥିରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଓ ଟିମ୍ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ଏହି ମ୍ୟାଚ ପରେ ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀର ଭାରତୀୟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ ଏକ ବୟାନ ଦେଇଛନ୍ତି । ଗୌତମ ଗମ୍ଭୀର କହିଛନ୍ତି ଯେ, ବିରାଟ କୋହଲି ଭାରତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କଲେ ତିନି ନମ୍ବରରେ ବ୍ୟାଟିଂ କରିବା ଉଚିତ୍ ନୁହେଁ । କାରଣ ଏହି କ୍ରମରେ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରୁଛନ୍ତି । ତାଙ୍କୁ ଏହି ସ୍ଥାନ ମିଳିବା ଦରକା ଓ ବିରାଟ କୋହଲି ୪ ନମ୍ବରରେ ଖେଳିବା ଉଚିତ୍ । ଗମ୍ଭୀର କହିଛନ୍ତି ସୂର୍ଯ୍ୟଙ୍କ ପାଖରେ ବହୁତ ପ୍ରକାର ସଟ୍ ରହିଛି । ସେ ପେସର ଓ ସ୍ପିନରଙ୍କୁ ଭଲ ଭାବରେ ଖେଳିପାରନ୍ତି । ତାଙ୍କ ପାଖରେ ସଟ୍ ଖେଳିବା ପାଇଁ ବହୁତ ସାରା ବିକଳ୍ପ ଅଛି । ମୁଁ ଚାହୁଁଛି କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କଲେ ତିନି ନମ୍ବର ନୁହେଁ ଚାରି ନମ୍ବରରେ ବ୍ୟାଟିଂ କରିବା ଉଚିତ୍ । ସେ ଆହୁରି କହିଛନ୍ତି ବିରାଟ କୋହଲି ଭାରତ ପାଇଁ ଏମିତି ରୋଲ ନିଭାଇ ପାରିବେ ଯେମିତି ଅଷ୍ଟ୍ରେଲିଆ ପାଇଁ ଷ୍ଟିଭ୍ ସ୍ମଥ୍ କରୁଛନ୍ତି । ବିରାଟ ଚତୁର୍ଥ ସ୍ଥାନରେ ଆସି ଆଙ୍କର ଭୂମିକା ନିଭାଇ ପାରିବେ । ଯଦି ଜଲଦି ଉଇକେଟ ପଡିଯ।।ଏ ଟିମ୍ ସଂକଟରେ ପଡିଯାଏ ସେତେବେଳେ ବିରାଟ ପରିସ୍ଥିତିକୁ ସଠିକ୍ ଢଙ୍ଗରେ ସମ୍ଭାଳି ପାରିବେ ବୋଲି ଗମ୍ଭୀର କହିଛନ୍ତି ।