ନୂଆଦିଲ୍ଲୀ : କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏହାର ପୁରୁଷ ଖେଳାଳିଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥାଏ । ବାର୍ଷିକ ଚୁକ୍ତି ଭାବରେ ୭-୭ କୋଟି ଟଙ୍କା ପର୍ଯ୍ୟନ୍ତ ଖେଳାଳିଙ୍କୁ ମିଳିବା ସହିତ ମ୍ୟାଚ୍ ଫି ଏବଂ ଅନ୍ୟାନ୍ୟ ବୋନସ୍ ମଧ୍ୟ ଦିଆଯାଇଥାଏ । ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଶତକ କିମ୍ବା ଦ୍ୱିଶତକ ହାସଲ କରନ୍ତି ଅଥବା ଜଣେ ବୋଲର ପାଞ୍ଚଟି ୱିକେଟ୍ ନେଇଥା’ନ୍ତି, ତେବେ ସେହି ଖେଳାଳି ବିସିସିଆଇଠାରୁ ଅତିରିକ୍ତ ଟଙ୍କା ପାଇଥାନ୍ତିନ୍ତି ।
ଭାରତୀୟ କ୍ରିକେଟ୍ ବୋର୍ଡ ଦୀର୍ଘ ସମୟରୁ ବୋନସ ଯୋଜନା ଆରମ୍ଭ କରିଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଅନୁଯାୟୀ ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରନ୍ତି ତେବେ ତାଙ୍କୁ ବୋନସ ଭାବରେ ପାଞ୍ଚ ଲକ୍ଷ ଟଙ୍କା ମିଳିଥାଏ । ଏଥି ସହିତ, ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଦ୍ୱିଶତକ ସ୍କୋର କରନ୍ତି, ତେବେ ସେହି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ବୋନସ୍ ମିଳିବ । ବୋଲରମାନଙ୍କ ପାଇଁ ମଧ୍ୟ ବିସିସିଆଇର ବୋନସ ସ୍କିମ୍ କରିଛି । ଯଦି ଜଣେ ବୋଲର ଇନିଂସରେ ୫ ୱିକେଟ୍ ନେଇଥା’ନ୍ତି, ତେବେ ତାଙ୍କୁ ବୋନସ ଭାବରେ ୫ ଲକ୍ଷ ଟଙ୍କା ମଧ୍ୟ ମିଳିଥାଏ ।