ଡେବ୍ୟୁରେ ସ୍ନେହାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ମହିଳା ଦଳର ଅଲରାଉଣ୍ଡର ସ୍ନେହା ରାଣା ତାଙ୍କର ଡେବ୍ୟୁ ମ୍ୟାଚରେ କମାଲ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଗତକାଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଚତୁର୍ଥ ଦିନରେ ଅର୍ଦ୍ଧଶତକ ହାସଲ କରିଥିଲେ । ପୂର୍ବରୁ ବୋଲିଂରେ ସେ ୪ ଉଇକେଟ ନେଇଥିଲେ । ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ଓ ୪ ଉଇକେଟ ନେବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇପାରିଛନ୍ତି । ଗତକାଲି ସ୍ନେହା ୮୦ରନର ମହତ୍ୱପୂର୍ଣ୍ଣ ପାରି ଖେଳି ଭାରତକୁ ପରାଜୟରୁ ରକ୍ଷା କରିଛନ୍ତି । ସେହିପରି ଉଇକେଟ କିପର ବ୍ୟାଟ୍ସଓମେନ ତାନିଆ ଭାଟିଆ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ । ସେ ଅପରାଜିତ ୪୪ କରିଥିଲେ । ଉଭୟେ ନବମ ୱିକେଟ ପାଇଁ ୧୦୪ ରନ ସଂଗ୍ରହଣ କରିଥଇଲେ ।
ଇଂଲଣ୍ଡ ପ୍ରଥମ ଇନିଂସ ୩୯୬/୯ରେ ପାଳି ଘୋଷଣା କରିଥିଲା । ଏହାର ଜବାବରେ ଶେଫାଳୀ ବର୍ମା ଓ ସ୍ମିତି ମାନ୍ଧାନୀଙ୍କ ଅର୍ଦ୍ଧଶତକୀ ପାରି ବଳରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୩୧ରେ ସୀମିତ ରହିଥିଲା । ଦଳ ଫୋଲନର ସମ୍ମୁଖୀନ ହୋଇ ପୁଣିଥରେ ବ୍ୟାଟିଂ କରିଥିଲା । ଭାରତକୁ ଟପ୍‌ ଅର୍ଡର ପୁଣିଥରେ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ମିଡଲ ଅର୍ଡର ପୁଣିଥରେ ତାସପତା ଭଳି ଭୁଶୁଡି ପଡିଥିଲା । ଲୋୟର ଅର୍ଡରର ଉତ୍କୃଷ୍ଟ ପ୍ରଦର୍ଶନ ହେତୁ ଭାରତ ଦ୍ୱିତୀୟ ଇନିଂସରେ ୩୪୪ ସ୍କୋର କରି ମ୍ୟାଚ୍‌ ଡ୍ର କରିଥିଲା ।
ଏହି ମ୍ୟାଚରେ ଭାରତ ପକ୍ଷରୁ ପାଞ୍ଚ ଜଣ ଖେଳାଳି ଟେଷ୍ଟ ଡେବ୍ୟୁ କରିଥିଲେ । ସେମାନଙ୍କ ମଧ୍ୟରେ ସ୍ନେହା, ତାନିଆ, ଦୀପ୍ତି ଶର୍ମା ଏବଂ ଶେଫାଲୀ ବର୍ମା ଅଛନ୍ତି । ଏମାନେ ସମସ୍ତେ ନିଜ ପ୍ରଦର୍ଶନ ସହିତ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ । ସ୍ନେହ ଏବଂ ତାନିଆ ୧୯୮୬ ମସିହାରେ ଇଂଲଣ୍ଡ ବିପକ୍ଷରେ ଶୁଭଙ୍ଗି କୁଲକର୍ଣ୍ଣି ଏବଂ ମଣିମାଲା ସିଙ୍ଗଲଙ୍କ ମଧ୍ୟରେ ନବମ ୱିକେଟ୍‌ ପାଇଁ ଭାରତର ରେକର୍ଡ ୯୦ ରନ୍‌ ଭାଗିଦାରୀକୁ ଅତିକ୍ରମ କରିଥିଲେ । ସ୍ନେହ ତାଙ୍କ ଇନିଂସରେ ୧୫୪ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୧୩ ଚୌକା ମାରିଥିବାବେଳେ ତାନିଆ ୬ଟି ଚୌକା ମାରିଥିଲେ ।

Comments (0)
Add Comment