କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କହିଥିଲେ ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ ପତ୍ନୀ ଭଳି

ମୁମ୍ବାଇ : ଅରୁଚିକର ମନ୍ତବ୍ୟ ଦେଇ କଡା ସମାଲୋଚନାର ଶିକାର ହେବା ପରେ ଭାରତୀୟ ୱିକେଟକିପର-ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଆଜି କ୍ଷମା ମାଗିଛନ୍ତି । ଇଂଳଣ୍ଡ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ବେଳେ ଦିନେଶ ବ୍ୟାଟକୁ ନାରୀ ସହ ତୁଳନା କରିଥିଲେ । ସେ କହିଥିଲେ, “ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ ପତ୍ନୀ ଭଳି । ଅଧିକାଂଶ ବ୍ୟାଟସମ୍ୟାନ ସେମାନଙ୍କ ନିଜ ବ୍ୟାଟକୁ ପସନ୍ଦ କରନ୍ତି ନାହିଁ । ବରଂ ସେମାନେ ଅନ୍ୟର ବ୍ୟାଟକୁ ପସନ୍ଦ କାରିଥାନ୍ତି । ଅନ୍ୟମାନଙ୍କ ବ୍ୟାଟ ସହିତ ସେମାନେ ନିଜକୁ ଖୁବ ସହଜ ଓ ଭଲ ର୍ଅନୁଭବ କରିଥାନ୍ତି ବୋଲି ସେ କହିଥିଲେ । ତିନି ଦିନ ତଳେ ସେ ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଯାଇଥିଲା । ବିଭିନ୍ନ ମହଲରୁ ତାଙ୍କୁ କଡ଼ା ସମାଲୋଚନା,ନିନ୍ଦା ଓ ଭର୍ତ୍ସନା କରାଯାଇଥିଲା । ସମସ୍ତେ ତାଙ୍କର ଏଭଳି ଚିନ୍ତାଧାରାକୁ ଅତି କଡ଼ା ଭାଷାରେ ନିନ୍ଦା କରିଥିଲେ ।
ସେମାନେ ତାଙ୍କଠାରୁ ନିଃସର୍ତ୍ତ କ୍ଷମା ଦାବି କରିଥିଲେ । ଏଭଳି ଭୟଙ୍କର ପ୍ରତିକ୍ରିୟା ଦେଖିଦିନେଶ ହରଡ଼ଘଣାରେ ପଡ଼ିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଶେଷରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ଦିନେଶ କହିଛନ୍ତି ଯେଶେଷ ମ୍ୟାଚରେ ଯାହାସବୁ ଘଟିଗଲା, ସେଥିପାଇଁ ମୁଁ କ୍ଷମା ମାଗୁଛି । ତେବେ ଲୋକେମୋ କଥାକୁ ଭିନ୍ନ ଅର୍ଥରେ ନେଇଛନ୍ତି । ସେମାନେ ଯାହା ଅଭିଯୋଗ କରୁଛନ୍ତି,ପ୍ରକୃତରେ ସେଭଳି ଉଦ୍ଦେଶ୍ୟରେ କହି ନାହିଁ । ତଥାପି ମୁଁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି ।

Comments (0)
Add Comment