କରୋନା ମୁକାବିଲା ପାଇଁ ୨୦ ଲକ୍ଷ ଦେଲା ମହିଳା ହକି ଟିମ୍‌

ବେଙ୍ଗାଲୁର : କରୋନା ବିରୋଧରେ ସରକାର ଏବଂ ବେସରକାରୀ ବ୍ୟକ୍ତିବିଶେଷ ତଥା ସଂଗଠନ ଲଢ଼ୁଥିବା ବେଳେ କ୍ରୀଡ଼ା ଜଗତ ମଧ୍ୟ ସାଧ୍ୟମତେ ସହାୟତା ପାଇଁ ଆଗେଇ ଆସିଛି । ଏହି କ୍ରମରେ ଭାରତୀୟ ମହିଳା ହକି ଟିମ୍ ଏକ ପ୍ରଶଂସନୀୟ ପ୍ରୟାସ କରିଛି । କରୋନା ମୁକାବିଲା ପାଇଁ ସାହାଯ୍ୟ ସ୍ୱରୂପ ହକି ଟିମ୍ ୨୦ ଲକ୍ଷ ଟଙ୍କା ସଂଗ୍ରହ କରିଛି । ୧୮-ଦିନିଆ ଫିଟ୍‌ନେସ୍ ଚ୍ୟାଲେଞ୍ଜ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଟଙ୍କା ସଂଗୃହୀତ ହୋଇଛି । କାର୍ଯ୍ୟକ୍ରମଟି ମଇ ୩ ତାରିଖରେ ଅର୍ଥାତ୍ ଗତକାଲି ଶେଷ ହୋଇଛି । ଗତକାଲି ସୁଦ୍ଧା ମୋଟ ୨୦,୦୧,୧୩୦ ଟଙ୍କା ଏହି କାର୍ଯ୍ୟକ୍ରମରୁ ମିଳିଛି । ଏହି ଟଙ୍କାକୁ ଦିଲ୍ଲୀସ୍ଥିତ ଏନ୍‌ଜିଓ ଉଦୟ ଫାଉଣ୍ଡେସନକୁ ପ୍ରଦାନ କରାଯାଇଛି । ବିଭିନ୍ନ ସ୍ଥାନରେ ଥିବା କରୋନା ରୋଗୀ, ଶ୍ରମିକ ଓ ବସ୍ତିବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ପୂରଣ ବାବଦରେ ଏହି ଟଙ୍କା ଖର୍ଚ୍ଚ ହେବ । ହକି ଟିମ୍‌ର ଜଣେ ସଦସ୍ୟ କହିଛନ୍ତି ଯେ, ଫିଟ୍‌ନେସ୍ କାର୍ଯ୍ୟକ୍ରମରୁ ଆମକୁ ଯେଉଁ ସମର୍ଥନ ମିଳିଛି ତାହା ବାସ୍ତବିକ ଅଭୁତପୂର୍ବ । ବିଶେଷ କରି ଭାରତୀୟ ହକି ପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହ ଏତେ ପରିମାଣର ଟଙ୍କା ଦେଇଛନ୍ତି । ଯାହା କରୋନା ମୁକାବିଲାରେ ଏକ ସାମାନ୍ୟ ଅବଦାନ ଭାବେ ବ୍ୟବହୃତ ହୋଇପାରିବ ବୋଲି ସେ କହିଛନ୍ତି ।

Comments (0)
Add Comment