ମିଅାଁଦାଦଙ୍କ ବକ୍ତବ୍ୟ ମୋ ବାପାଙ୍କୁ ବହୁତ ଆଘାତ ଦେଇଥିଲା

ନୂଆଦିଲ୍ଲୀ: ୨୦୦୩-୦୪ରେ ଭାରତର ପାକିସ୍ତାନ ଗସ୍ତ ବେଳେ ତକôାଳୀନ ପାକିସ୍ତାନ କୋଚ୍ ଜାଭେଦ୍ ମିଅାଁଦାଦ୍ ଭାରତୀୟ ପେସର ଇର୍ଫାନ୍ ପଠାନଙ୍କୁ ଦେଇଥିବା ବକ୍ତବ୍ୟରେ ଇର୍ଫାନ୍ଙ୍କ ବାପାଙ୍କୁ ବହୁତ ଆଘାତ ଦେବା ସହ କ୍ରୋଧାନ୍ୱିତ କରିଥିଲା । ମିଅାଁଦାଦ୍ ଇର୍ଫାନ୍ଙ୍କୁ ଇଙ୍ଗିତ କରି କହିଥିଲେ ଯେ, ଇର୍ଫାନ୍ଙ୍କ ଭଳି ପେସ୍ ବୋଲରମାନେ ଆମ ପାକିସ୍ତାନର ଗଳିକନ୍ଦିରେ ମିଳିବେ । ଇର୍ଫାନ୍ଙ୍କୁ ଏଭଳି ମନ୍ତବ୍ୟ ଦେବା ପରେ ଇର୍ଫାନଙ୍କ ବାପା କ୍ରୋଧାନ୍ୱିତ ହେବା ସହ ମିଅାଁଦାଦଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ତାଙ୍କ କ୍ରୋଧ ପ୍ରକାଶ କରି କହିଛନ୍ତି ଯେ, ଖେଳ ଶେଷ ହେବା ପରେ ମୋର ଇଚ୍ଛା ହେଉଥିଲା ଡ୍ରେସିଂ ରୁମ୍ ଯାଇ ମିଅାଁଦାଦ୍ଙ୍କୁ ଭେଟିବି ଏବଂ ଏଭଳି ବକ୍ତବ୍ୟ ଉପରେ ପ୍ରଶ୍ନ ପଚାରିବାକୁ; କିନ୍ତୁ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାରଣ ପାଇଁ ମୁଁ ଯାଇନଥିଲି କି କୌଣସି ଉଚ୍ଚବାଚ ହୋଇନଥିଲା । ସୂଚନାଯୋଗ୍ୟ, ଏହି ଖେଳରେ ସୌରଭ ଗାଙ୍ଗୁଲି ଅଧିନାୟକତ୍ୱ କରୁଥିଲେ ଏବଂ ପାକିସ୍ତାନ ଗସ୍ତରେ ଯାଇଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ୨-୧ରେ ଜିତିଥିବା ବେଳେ ଏକଦିବସୀୟ ମ୍ୟାଚ୍କୁ ୩-୨ରେ ଜିତିଥିଲା ଭାରତ । ସେତେବେଳେ ଭାରତୀୟ ଅନ୍ୟତମ ପେସର ଆଶିଷ୍ ନେହେରା ମଧ୍ୟ ମୁହଁ ଖୋଲି କହିଥିଲେ ଯେ, ଏହି ପାକିସ୍ତାନ ବିପକ୍ଷରେ ବୀରେନ୍ଦ୍ର ସେହ୍ୱାଗଙ୍କ ଭଳି ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍ ତ୍ରିଶତକ, ରାହୁଲ ଦ୍ରାବିଡ଼ ଦ୍ୱିଶତକ, ଇର୍ଫାନ୍ ପଠାନଙ୍କ ଭଳି ବୋଲର ପାକିସ୍ତାନକୁ ଧୂଳି ଚଟାଇ ସାରିଛନ୍ତି । ତେଣୁ ମିଅାଁଦାଦଙ୍କ ଏଭଳି ବକ୍ତବ୍ୟ ହାସ୍ୟାସ୍ପଦ ଓ ମୂଲ୍ୟହୀନ ବୋଲି ଡ୍ରେସିଂ ରୁମ୍ରେ କହିଥିଲେ ।

Comments (0)
Add Comment