ପଣ୍ଟିଂଙ୍କୁ ମିଳିଥିଲା ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ ଅଫର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ପ୍ରକାଶ କରିଛନ୍ତି ଯେ ଆଇପିଏଲ ୨୦୨୧ ସମୟରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ତାଙ୍କ ସହ କିଛି ଲୋକ ଆଲୋଚନ କରିଥିଲେ । ସେମାନେ ଜାଣିବାକୁ ଚାହୁଁଥିଲେ ଯେ, ମୁଁ ଏହି ପଦ ପାଇଁ ପ୍ରସ୍ତୁତ କି ନାହିଁ । ସେମାନେ ତାଙ୍କୁ ପ୍ରଶିକ୍ଷକ ହେବାକୁ ବହୁତ ଉତ୍ସାହିତ କରୁଥିଲେ, କିନ୍ତୁ ମୁଁ ଏତେ ସମୟ ଦେଇନପାରିବି ଭାବେ ମନା କରି ଦେଇଥିଲେ । ପଣ୍ଟିଂ ବର୍ତ୍ତମାନ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି ।
ଗ୍ରେଡ୍‌ କ୍ରିକେଟର ପୋଡକାଷ୍ଟରେ ପଣ୍ଟିଂ କହିଛନ୍ତି, ଆଇପିଏଲ୍‌ ସମୟରେ ମୋ ସହିତ କିଛି ଲୋକ ଏ ବିଷୟରେ କଥାବାର୍ତ୍ତା କରିଥିଲେ । ଯେଉଁ ଲୋକମାନେ ମୋ ସହ କଥା ହେଉଥିଲି ସେମାନେ ଚାହୁଁଥିଲେ ଯେ ମୁଁ ଏହି ଦାୟିତ୍ୱ ଗ୍ରହଣ କରେ । ପ୍ରଥମ କଥା ମୁଁ ସେତେ ସମୟ ଦେଇପାରିବି ନାହିଁ । ଏହାର ଅର୍ଥ ହେଉଛି ଯେ ମୁଁ ଆଇପିଏଲରେ ପ୍ରଶିକ୍ଷଣ ଦେଇପାରିବି ନାହିଁ ଓ ମୋତେ ଚ୍ୟାନେଲ ୭ ମଧ୍ୟ ଛାଡିବାକୁ ପଡିବ । ସେଇଥି ପାଇଁ ମୁଁ ମନା କରିଦେଇଥିଲେ ବୋଲି ପଣ୍ଟିଂ କହିଛନ୍ତି । ପଣ୍ଟିଂ କହିଛନ୍ତି ଯେ, ଭାରତର କୋଚ ପଦ ଗ୍ରହଣ କରିଥିଲେ ମୋତେ ଭାରତରେ ୩ଶହ ଦିନ ରହିବାକୁ ପଡିବ, ଯାହା ମୋ ପକ୍ଷେ ସମ୍ଭବପର ନୁହେଁ । ତେଣୁ ସିଧାସିଧା ମନା କରିଦେଇଥିଲି ।

Comments (0)
Add Comment