ଜାତିଆଣ ମନ୍ତବ୍ୟକୁ ନେଇ ବିବାଦରେ ଯୁବରାଜ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂ ଏବେ ତାଙ୍କର ଏକ ଜାତିଆଣ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛନ୍ତି । ମଙ୍ଗଳବାର ତାଙ୍କର ଏକ ଭିଡ଼ିଓ କ୍ଲିପ୍ ସୋଶିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଥିଲା । ସେହି ଭିଡ଼ିଓରେ ରୋହିତ ଶର୍ମା ମଧ ଥିଲେ । ସେଥିରେ ଯୁବରାଜ ଜୁଜୁଭେନ୍ଦ୍ର ଚହଲଙ୍କ ସଂପର୍କରେ କିଛି ଜାଣିଆଣ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳିଛି । ଏହା ଭାଇରାଲ୍ ହେବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶେଷ କରି ଚହଲଙ୍କ ସମର୍ଥକମାନେ ଏଭଳି ମନ୍ତବ୍ୟ ପାଇଁ ଯୁବରାଜଙ୍କର କଡ଼ା ସମାଲୋଚନା କରିଛନ୍ତି । ଯୁବରାଜ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଭିଡ଼ିଓରେ ଯୁବରାଜଙ୍କ ମନ୍ତବ୍ୟ ବେଳେ ରୋହିତ ହସୁଥିବାଦେଖିବାକୁ ମିଳିଥିଲା । ସେହିଭଳି, ଆଉ ଏକ ଭିଡ଼ିଓରେ ରୋହିତ ହସୁଥିବା ଏବଂ ଚହଲଙ୍କ ଗୋଡ଼ ଟାଣୁଥିବା ଦେଖିବାକୁ ମିଳିଛି । ଯୁବରାଜ ମାନହାନୀମୂଳକ ମନ୍ତବ୍ୟ ଦେଉଥିବା ଦେଖି ପ୍ରଶଂସକମାନେ ଚିଡି ଯାଇଥିଲେ । ଏବେ ସୋଶିଆଲ୍ ମିଡ଼ିଆରେ ପ୍ରଶଂସକମାନେ ଯୁବରାଜଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଇଛନ୍ତି ।

Comments (0)
Add Comment