ବର୍ମିଂହାମ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆକାଶ ଦୀପ ଇତିହାସ ସୃଷ୍ଟି କରିଛନ୍ତି। ଆକାଶ ଉଭୟ ଇନିଂସରେ ୧୦ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଆକାଶ ଚାରି ଉଇକେଟ ନେଇଛନ୍ତି। ଦ୍ୱିତୀୟ ଇନିଂସରେ ସେ ୬ ଉଇକେଟ ନେଇଛନ୍ତି।
ଆକାଶଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତୀୟ ଦଳ ଶେଷ ଇନିଂସରେ ଇଂଲଣ୍ଡକୁ ମାତ୍ର ୨୭୧ ରନରେ ଅଲଆଉଟ କରିଦେଇଥିଲା। ଭାରତୀୟ ଦଳ ଏହି ମ୍ୟାଚକୁ ୩୩୬ ରନ ରେ ଜିତି ଇତିହାସ ସୃଷ୍ଟି କରିଥିଲା।
ପ୍ରଥମ ଇନିଂସରେ ଆକାଶ ୮୮ ରନ ଦେଇ ଚାରି ଉଇକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ସେ ମାତ୍ର ୫୮ ରନ ଦେଇ ୬ ଉଇକେଟ ନେଇଥିଲେ। ଏହା ସହିତ ସେ ଇତିହାସ ପୃଷ୍ଠାରେ ନିଜ ନାମ ପଞ୍ଜିକୃତ କରିଛନ୍ତି।
ଭାରତର ୯୩ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଆକାଶ ଏବେ ଇଂଲଣ୍ଡରେ ୧୦ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଏହା ପୂର୍ବରୁ, ୧୯୮୬ ମସିହାରେ ଚେତନ ଶର୍ମା ଏହି ସଫଳତା ହାସଲ କରିଥିଲେ।
ବୁଧବାରଠାରୁ ଏଜବାଷ୍ଟନ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୫୮୭ ରନ କରିଥିଲା। ଏହା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୦୭ ରନ କରିଥିଲା।
ଭାରତ ତା’ର ଦ୍ୱିତୀୟ ଇନିଂସରେ ୪୨୭ ରନ କରିବା ପରେ ତାର ଇନିଂସ ଘୋଷଣା କରିଥିଲା। ଭାରତ ଇଂଲଣ୍ଡ ପାଇଁ ୬୦୮ ରନର ଲକ୍ଷ୍ୟ ରଖିଥିଲା। କିନ୍ତୁ ଟାର୍ଗେଟର ପିଛା କରିବା ସମୟରେ ଇଂଲଣ୍ଡ ମାତ୍ର ୨୭୧ ରନରେ ଅଲଆଉଟ ହୋଇ ୩୩୬ ରନରେ ମ୍ୟାଚ ହାରି ଯାଇଥିଲା।