ଆଣ୍ଡି ଫ୍ଲାୱାର ହେବେ ଏହି ଆଇପିଏଲ ଦଳର କୋଚ !

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଏଥର ୮ ଦଳ ବଦଳରେ ୧୦ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହା ପୂର୍ବରୁ ୮ ପୁରୁଣା ଦଳ ନିଜ ନିଜର ୪ଜଣ ଖେଳାଳିଙ୍କୁ ରିଟେନ କରିସାରିଲେଣି । ସେହିପରି ନୂଆ ଦଳ lucknow ଓ ଅହମ୍ମଦବାଦ ମଧ୍ୟ ମେଗ ଅଡିସନ ପୂର୍ବରୁ ନିଜ ଦଳରେ ତିନି ଜଣ ଖେଳାଳିଙ୍କ ରଖିବାକୁ ନିୟମ ରହିଛି । ଏହି ଦୁଇଦଳ ଆଗାମି କିଛି ଦିନ ମଧ୍ୟରେ ତାଙ୍କର ଖେଳାଳିଙ୍କ ନାମ ବିସିସିଆଇଙ୍କୁ ଦେଇପାରନ୍ତି ବୋଲି କୁହାଯାଉଛି । ଏହି କ୍ରମରେ ଦୁଇ ନୂଆ ଫ୍ରାଞ୍ଚାଇଜ ପାଇଁ କିଏ ହେବେ ଅଧିନାୟକ ଓ କୋଚ ତାଙ୍କୁ ନେଇ ଏବେ ଜୋରସର ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି ଯେ, ନୂଆ ଟିମ୍‌ lucknow ଦଳର କୋଚ୍‌ ଜିମ୍ବାୱେର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଆଣ୍ଡି ଫ୍ଲାୱାର ହେବେ ।

ପୂର୍ବରୁ ସେ ଜିମ୍ବାୱେ ଓ ଇଂଲଣ୍ଡ ଭଳି ଦଳକୁ କୋଚିଂ ପ୍ରଦାନ କରିସାରିଛନ୍ତି । ସେହିପରି ପିସିଏଲ ଓ କାରବିୟନ ପ୍ରିମିୟର ଲିଗରେ ମଧ୍ୟ କୋଚିଂ ଦାୟିତ୍ୱ ତୁଲାଇଛନ୍ତି । ସେହିପରି କିଙ୍ଗ୍‌ସ ଏକାଦଳ ପଞ୍ଜବ(ବର୍ତ୍ତମାନର ପଞ୍ଜାବ କିଙ୍ଗ୍‌ସ)ଦଳର ସେ ସହକାରୀ କୋଚ ମଧ୍ୟ ହୋଇସାରିଛନ୍ତି । ସେ ଆଗାମୀ ସିଜିନ ପାଇଁ -lucknow ଦଳର କୋଚ୍‌ ହେବ ବୋଲି ଆପତତଃ ସ୍ଥିର ହୋଇଯାଇଛି । କେବଳ ଘୋଷଣା ବାକି ରହିଛି ବୋଲି କୁହାଯାଇଛି । ସେହିପରି ଏହି ଦଳ ତାର ତିନିଜଣ ଖେଳାଳିଙ୍କ ନାମ ମଧ୍ୟ ବିସିସିଆଇ ନିକଟକୁ ପଠାଇ ସାରିଛି । ଏହି ଖେଳାଳିମାନେ କେଏଲ୍‌ ରାହୁଲ, ରସିଦ ଖାନ ଓ ୟୁଜଭେନ୍ଦ୍ର ଚହଲ । କେଏଲ ରାହୁଲ ଓ ରସିଦଙ୍କୁ ତାଙ୍କ ଫ୍ରାଞ୍ଚାଇଜମାନେ ରଖିବାକୁ ଚାହୁଁଥିଲେ ମଧ୍ୟ ଏହି ଦୁଇ ଖେଳାଳି ରାଜି ହୋଇନଥିଲେ ।
ସେହିପରି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ୍‌ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ଡେଲ ଷ୍ଟେନଙ୍କ ନାମ ଚର୍ଚ୍ଚାକୁ ଆସିଛି ।

Andy Flower will be the coach of this IPL team!Lucknow IPL teamtodays top newsଆଣ୍ଡି ଫ୍ଲାୱାର
Comments (0)
Add Comment