କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଭୟଙ୍କର ଅର୍ଥନୈତିକ ସଙ୍କଟ ବର୍ତ୍ତମାନ କ୍ରିକେଟ୍ ଉପରେ ପଡ଼ିଲାଣି । ଏହି କାରଣରୁ ଶ୍ରୀଲଙ୍କା ହାତରୁ ଏସିଆ କପ୍ ଆୟୋଜନର ଅଧିକାର ଚାଲିଯିବାର ଆଶଙ୍କା ଦେଖାଦେଇଛି । ୨୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏସିଆ କପ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅଛି । ଚାରି ବର୍ଷର ଦୀର୍ଘ ଅପେକ୍ଷା ପରେ ଚଳିତ ବର୍ଷ ଏହା ହେଉଛି । ତେବେ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଟୁର୍ନାମେଣ୍ଟର ସ୍ଥାନରେ ପରିବର୍ତ୍ତନ ହୋଇପାରେ । ତେବେ ଏସିଆ କପ୍ କେଉଁଠାରେ ଆୟୋଜିତ ହୋଇପାରିବ ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ । ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଏସିଆ କ୍ରିକେଟ୍ ପରିଷଦ(ଏସିସି)ର ବୈଠକରେ ନିଆଯିବ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ତ୍ରୟମାସିକ ବୈଠକରେ ଏସିଆ କପ୍ ୨୦୨୨ର କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯିବ । ଦ୍ୱିପାକ୍ଷିକ ସିରିଜ୍ ପାଇଁ ଶ୍ରୀଲଙ୍କା ଜୁନ୍-ଅଗଷ୍ଟ ମଧ୍ୟରେ କ୍ରମାଗତ ଭାବରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନକୁ ମଧ୍ୟ ଆୟୋଜନ କରିବ । ଟି -୨୦ ଫର୍ମାଟରେ ଏସିଆ କପ୍ ଖେଳାଯିବାର ଏହା ଦ୍ୱିତୀୟ ଥର ହେବ । ଶେଷ ଥର ପାଇଁ ୨୦୧୬ରେ ବାଂଲାଦେଶରେ ଟି -୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିଲା । ୨୦୧୮ରେ ଅନୁଷ୍ଠିତ ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ର ଡିଫେଣ୍ଡିଂ ଚାମ୍ପିଅନ୍ ହେଲା । ପାଞ୍ଚଟି ଟେଷ୍ଟ ଖେଳୁଥିବା ଦେଶ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅନ୍ୟ ଏକ ଦଳ ସହିତ ଅଗଷ୍ଟ ୨୦ରୁ ଯୋଗ୍ୟତା ଅର୍ଜନ କରିବେ । ଶ୍ରୀଲଙ୍କାର ପାଞ୍ଚଜଣ ଖେଳାଳି ୱାନିଣ୍ଡୁ ହାସରାଙ୍ଗା (ଆରସିବି), ଦୁଷ୍ମାନଥା ଚାମିରା (ଖଝଏ), ଚାମିକା କରୁଣାତ୍ନେ (କେକେଆର୍), ଭାନୁକା ରାଜପାକସେ (ପିବିକେଏସ୍) ଏବଂ ମହେଶ ଥାକଶାନା (ଉଝକ) ବର୍ତ୍ତମାନ ଭାରତରେ ଆଇପିଏଲ୍ ୨୦୨୨ରେ ଖେଳୁଛନ୍ତି ।