ଏସିଆ କପ ହକି : ବ୍ରୋଞ୍ଜ ସହ ଭାରତର ଅଭିଯାନ ଶେଷ

ଜାକର୍ତ୍ତା: ଏସିଆ କପ ହକିରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି ଅନୁଷ୍ଠିତ ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ହାସ କରିଛି ଏବଂ ଏଥିରେ ଏହାକୁ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର କ୍ଲାସିଫିକେସନ ମ୍ୟାଚ୍‌ରେ କୌଣସି ପ୍ରକାରର ଭୁଲ କରି ନଥିଲା । ଆରମ୍ଭରୁ ହିଁ ଦଳ ଦମଦାର ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟର୍‌ରେ ଲିଡ୍‌ ହାସଲ କରିଥିଲା । ଭାରତ ପକ୍ଷରୁ ଯୁବ ତାରକା ରାଜ କୁମାର ପାଲ ଏକମାତ୍ର ଗୋଲ ସ୍କୋର କରିଥିଲେ । ଏହାପରେ ଜାପାନ ବାରମ୍ବାର ଆଟାକ କରିଥିଲେ ହେଁ କୌଣସି ସଫଳତା ମିଳି ନଥିଲା । ଜାପାନକୁ ପୂରା ମ୍ୟାଚ୍‌ରେ ୭ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଟିଏରେ ବି ସଫଳତା ପାଇ ନଥିଲା । ଏପରି କି ଶେଷ ମିନିଟ୍‌ରେ ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା । ଏହି ସମୟରେ ଜାପାନ ଗୋଲ କରିବାକୁ ଚେଷ୍ଟା କରି ନଥିଲେ ମଧ୍ୟ ସୁଫଳ ମିଳି ନଥିଲା । ଭାରତ ଗତଥର ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲା । କିନ୍ତୁ ଏଥର ଦଳ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛି । ଆଜିର ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ପାଇଁ ବୀରେନ୍ଦ୍ର ଲାକ୍ରା ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏହି ଟିମ୍‌ରେ ଲାକ୍ରା ଥିଲେ । ଏସିଆ କପ ସ୍କ୍ୱାଡରେ ଲାକ୍ରା ଓ ସମିରନଜୀତ ସିଂହଙ୍କୁ ଛାଡି ଦେଲେ ୧୨ ଜଣ ଡେବ୍ୟୁଟାଣ୍ଟ ସାମିଲ ହୋଇଥିଲେ । ଏହା ସତ୍ତେ୍ୱ ଭାରତ ବ୍ରୋଞ୍ଜ ପଦକ ଜିତିବା ହକି ଟିମ୍‌ ପାଇଁ ଭଲ ସଙ୍କେତ ।

Comments (0)
Add Comment