ଏସିଆ କପ୍‌ ବିଜେତାଙ୍କ ତାଲିକା, ଜାଣନ୍ତୁ କେଉଁ ଦଳ ଜିତିଛି ଅଧିକ ଟାଇଟଲ

ନୂଆଦିଲ୍ଲୀ : ୟୁଏଇରେ ୨୭ ଅଗଷ୍ଟରୁ ଏସିଆ କପ୍‌ର ୧୫ ତମ ସିଜନ୍‌ ଆରମ୍ଭ ହେବାକୁ ଯାଉଛି । ଏହା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଦ୍ୱାରା ଆୟୋଜିତ ହୋଇଛି ଯେଉଁଥିରେ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଦଳ ମଧ୍ୟରୁ ପାଞ୍ଚଟି ଘୋଷଣା ହୋଇଥିବାବେଳେ ଗୋଟିଏ ଦଳ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଟୁର୍ନାମେଣ୍ଟର ଗ୍ରୁପ୍‌ ଏରେ ପ୍ରବେଶ କରିବ । ଏପର୍ଯ୍ୟନ୍ତ ଏହି ଦଳରେ ଭାରତ ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ । କିନ୍ତୁ ଆପଣ ଜାଣନ୍ତି କି ଏସିଆ କପ୍‌ କେଉଁ ଦଳ କେତେ ଜିତିଛନ୍ତି ଏବଂ କେଉଁ ଦଳ ସର୍ବାଧିକ ଥର ଟାଇଟଲ୍‌ ଜିତିଛନ୍ତି? ଯଦି ତୁମେ ଜାଣି ନାହଁ, ଆସନ୍ତୁ ଜାଣିବା..

୧୯୮୪ ରେ ଏସିଆ କପ୍‌ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ପ୍ରାୟ ଦୁଇ କିମ୍ବା ତିନି ବର୍ଷରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଆସୁଛି । ଶେଷ ଥର ପାଇଁ ଏହି ଟୁର୍ନାମେଣ୍ଟ ୨୦୧୮ ରେ ହୋଇଥିଲା । ସେହି ସିଜିନର ବିଜେତା ଦଳ ଭାରତୀୟ ଦଳ ଥିଲା, ଯାହାକି ସପ୍ତମ ଥର ପାଇଁ ଏସିଆ କପ୍‌ ଦଖଲ କରିଥିଲା । ସେହିପରି ୫ଥର ଏସିଆ କପ ଜିତି ଶ୍ରୀଲଙ୍କା ଦ୍ୱିତୀୟ ରହିଥିବା ବେଳେ ପାକିସ୍ତାନ ଏହି ଟାଇଟଲ ଦୁଇଥର ଜିତିଛି । ପ୍ରଥମ ଟ୍ରଫି ଜିତିବା ପାଇଁ ପାକିସ୍ତାନକୁ ୧୬ ବର୍ଷ ଲାଗିଥିଲା ।
୧୯୮୪ ରେ ଘଟିଥିବା ଏସିଆ କପ୍‌ର ପ୍ରଥମ ସିଜନରେ ଭାରତ ଜିତିଥିଲା । ୧୯୮୬ରେ ଶ୍ରୀଲଙ୍କା ଟାଇଟଲ୍‌ ଜିତିଥିଲା ଏବଂ ତା’ପରେ ୧୯୮୮, ୧୯୯୧ ଏବଂ ୧୯୯୫ ରେ ଭାରତ କ୍ରମାଗତ ତିନିଥର ଟାଇଟଲ୍‌ ଜିତିଥିଲା । ଏହା ପରେ ଶ୍ରୀଲଙ୍କା ଦଳ ୧୯୯୭ ରେ ଏସିଆ କପ୍‌ ବିଜେତା ହେଲା । ଏଥି ସହିତ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ପାକିସ୍ତାନ ଟାଇଟଲ ଜିତିବାର ସୁଯୋଗ ପାଇଥିଲା । ଏହା ପରେ ୨୦୦୪ ଏବଂ ୨୦୦୮ ରେ ଶ୍ରୀଲଙ୍କା ଦଳ ବିଜେତା ହୋଇଥିଲା । ସେହିପରି ୨୦୧୦ ରେ ମଧ୍ୟ ଭାରତ ଟାଇଟଲ୍‌ ଜିତିଥିଲା । ୨୦୧୨ରେ ପାକିସ୍ତାନ ଦଳ ଏସିଆ କପ୍‌ ଜିତିଥିଲା । ଏଥି ସହିତ ୨୦୧୪ ରେ ଶ୍ରୀଲଙ୍କା ଏବଂ ୨୦୧୬ ଏବଂ ୨୦୧୮ ରେ ଭାରତ ଜିତିଥିଲା ।

ଏସିଆ କପ୍‌ ବିଜେତା ତାଲିକା

୧୯୮୪ – ଭାରତ
୧୯୮୬ – ଶ୍ରୀଲଙ୍କା
୧୯୮୮ – ଭାରତ
୧୯୯୧ – ଭାରତ
୧୯୯୫ – ଭାରତ
୧୯୯୭ – ଶ୍ରୀଲଙ୍କା
୨୦୦୦ – ପାକିସ୍ତାନ
୨୦୦୪ – ଶ୍ରୀଲଙ୍କା
୨୦୦୮ – ଶ୍ରୀଲଙ୍କା
୨୦୧୦ – ଭାରତ
୨୦୧୨ – ପାକିସ୍ତାନ
୨୦୧୪ – ଶ୍ରୀଲଙ୍କା
୨୦୧୬ – ଭାରତ
୨୦୧୮ – ଭାରତ
୨୦୨୨ -?

Comments (0)
Add Comment