ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି, ପାକିସ୍ତାନକୁ ହରାଇଲା ଭାରତ

ଭୁବନେଶ୍ୱର: ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା। ତେବେ ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୨-୨ ଗୋଲରେ ଡ୍ର’ କରିଥିଲା। ହେଲେ ଆଜି ଭାରତ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି।

Asian Champions Trophybreaking newshockeysportsଏସିଆନ୍ ଚାମ୍ପିୟନ୍ସ ଟ୍ରଫି
Comments (0)
Add Comment