ଲାହୋର: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ନିଜ ନାମରେ ଆଉ ଏକ ଉପଲବ୍ଧି ଲିପିବଦ୍ଧ କରିଛନ୍ତି । ଅଷ୍ଟ୍ରଲିଆ ବିପକ୍ଷରେ ଲଗାତାର ଶତକ ଅର୍ଜନ କରି ନିଜ ଦଳକୁ ୨-୧ରେ ଦିନିକିଆ ଶୃଙ୍ଖଳା ବିଜୟୀ କରାଇବା ସହ ବ୍ୟକ୍ତିଗତ ଭାବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି ସେ । ଏହି କ୍ରମରେ ବିଶ୍ୱ କ୍ରିକେଟ୍ର ଦୁଇ ପରିଚିତ ନାଁ ବିରାଟ କୋହଲି ଓ ହାସିମ ଆମଲାଙ୍କୁ ବି ପଛରେ ପକାଇଛନ୍ତି । ସେହିଭଳି ଅଧିନାୟକ ଭାବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି । ଶନିବାର ଶତକ ଥିଲା ବାବରଙ୍କ ଖେଳ ଜୀବନର ଷୋଡଶ ଶତକ । ଯାହା ସେ ସବୁଠୁ କମ୍ (୮୪) ପାଳିରୁ ଅର୍ଜନ କରିଥିଲେ । ଏହା ପୂର୍ବରୁ ଆମଲା ୯୪ ଏବଂ କୋହଲି ଓ ଡେଭିଡ୍ ୱାର୍ଣ୍ଣର ୧୧୦ ପାଳିରୁ ୧୬ ଶତକ ହାସଲ କରିଥିଲେ ।