ଗ୍ଲୋଭ୍‌ସରେ ଲାଖିଗଲା ବଲ୍‌,ରନ-ଆଉଟରୁ ବର୍ତ୍ତିଗଲେ ବାଂଲା ବ୍ୟାଟର

ନୂଆଦିଲ୍ଲୀ,୭/୩ : କ୍ରିକେଟରେ ଅନେକ ସମୟରେ ପଡ଼ିଆରେ ବଡ଼ ଅଜବ ଘଟଣାସବୁ ଘଟିଥାଏ,ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିଥାଏ । ଏଭଳି ଏକ ଘଟଣା ଘଟିଥିଲା ଆଇସିସି ମହିଳା ବିଶ୍ୱକପର ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚରେ । ଖେଳର ୨୬ତମ ଓଭରରେ ଦେଖିବାକୁ ମିଳିଥିଲା ଏକ ଆମୋଦଦାୟକ ଦୃଶ୍ୟ । ସେତେବେଳେ ବାଂଲାଦେଶର ଲତା ମୋଣ୍ଡଲ ବ୍ୟାଟିଂ କରୁଥିଲେ ଏବଂ କେଟି ମାର୍ଟିନ ୱିକେଟ କିପିଂ କରୁଥିଲେ । ନ୍ୟୁଜିଲାଣ୍ଡ ବୋଲରଙ୍କର ଏକ ବଲ୍‌ ଷ୍ଟ୍ରାଇକ କରି ଲତା ଦୁଇ ରନ ନେବା ପରେ ନନ୍‌-ଷ୍ଟ୍ରାଇକର ଜେ ଆଲମ ତୃତୀୟ ରନ ନେବାକୁ ପ୍ରୟାସ କରିଥିଲେ ଏବଂ ସେହି ସମୟରେ ନ୍ୟୁଜି ୱିକେଟକିପର ତାଙ୍କୁ ରନ-ଆଉଟ କରିବା ଚେଷ୍ଟା କରିଥିଲେ । କିନ୍ତୁ ବଲ ତାଙ୍କ ଗ୍ଲୋଭ୍‌ସରେ ଅଠାଭଳି ଲାଖିଯାଇଥିଲା । ଯେତେ ଚେଷ୍ଟା କଲେ ବି ତାହା ବାହାରି ନଥିଲା । ପରେ ସେ ହାତ ଲଗାଇ ବଳକୁ ଖସାଇଥିଲେ । ତେବେ ସେତେବେଳକୁ ଆଲମ କ୍ରିଜକୁ ଚାଲି ଆସିଥିଲେ । ଫଳରେ ଏକ ନିଶ୍ଚିତ ରନ-ଆଉଟରୁ ସେ ରକ୍ଷା ପାଇଯାଇଥିଲେ । ଏହା ଦର୍ଶକମାନଙ୍କୁ ବେଶ୍‌ ରୋମାଞ୍ଚିତ କରିଥିଲା ।

Comments (0)
Add Comment