ନୂଆଦିଲ୍ଲୀ: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ବରିଷ୍ଠ ମହିଳା ଦଳ ପାଇଁ ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି । କିଛି ଖେଳାଳି ପଦୋନ୍ନତି ପାଇଥିବାବେଳେ କିଛି ଖେଳାଳି ବାର୍ଷିକ କଣ୍ଟାକ୍ଟ ଲିଷ୍ଟରୁ ବାଦ ପଡିଛି । ଏହି ଚୁକ୍ତିରେ ଯୁବ ବ୍ୟାଟ୍ସଓମେନ ଶେଫଲୀ ବର୍ମାଙ୍କୁ ଅଧିକ ଫାଇଦା ମିଳିଛି । ଗତବର୍ଷ ତୁଳନାରେ ସେ ଏବେ ଅଧିକ ଟଙ୍କା ପାଇବେ । ଅନ୍ୟପକ୍ଷରେ ଗତ ମାସରେ କରୋନା କାରଣରୁ ମା ଓ ଭଉଣୀଙ୍କୁ ହରାଇଥିବା ଅଲରାଉଣ୍ଡର ବେଦ କୃଷ୍ଣମୂର୍ତ୍ତି ବାର୍ଷିକ ଚୁକ୍ତିରୁ ବାଦ୍ ପଡିଛନ୍ତି ।
ସୂଚନାଯୋଗ୍ୟ ଯେ, ଏ, ବି ଏବଂ ସି ବର୍ଗ ଅଧୀନରେ ମହିଳା ଖେଳାଳୀଙ୍କୁ ତିନୋଟି ବର୍ଗରେ ବାର୍ଷିକ ଚୁକ୍ତିନାମା ପ୍ରଦାନ କରାଯାଏ । ଏ ବର୍ଗର ଖେଳାଳିଙ୍କୁ ୫୦ ଲକ୍ଷ, ବି ଶ୍ରେଣୀରେ ୩୦ ଲକ୍ଷ ଏବଂ ସି ଶ୍ରେଣୀରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଏ ବର୍ଗ: ହରମାନପ୍ରୀତ କୌର, ସ୍ମୃତି ମାନ୍ଧନା, ପୁଣମ୍ ଯାଦବ
ବି ବର୍ଗ: ମିତାଲି ରାଜ, ଝୁଲଣ ଗୋସ୍ୱାମୀ, ଦୀପ୍ତି ଶର୍ମା, ପୁନମ୍ ରାଉତ, ରାଜେଶ୍ୱରୀ ଗାଇକୱାଡ୍, ଶେଫାଲି ବର୍ମା, ରାଧା ଯାଦବ, ଶିଖା ପାଣ୍ଡେ, ତାନିଆ ଭାଟିଆ ଏବଂ ଜେମିମା ରୋଡ୍ରିଗେଜ୍
ସି ବର୍ଗ: ମାନସୀ ଯୋଶୀ, ଅରୁନ୍ଧତୀ ରେଡ୍ଡୀ, ପୂଜା ଭାଷ୍ଟ୍ରକର, ହାର୍ଲିଲ ଦେଓଲ, ପ୍ରିୟା ପୁନିଆ ଏବଂ ରିଚା ଘୋଷ ।
ଇଂଲଣ୍ଡ ଗସ୍ତ ପାଇଁ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ ସାମିଲ ହୋଇଥିବା ୧୭ ବର୍ଷୀୟ ଶେଫଲି ବର୍ମାଙ୍କୁ ଏଥର ସି ରୁ ବି ଶ୍ରେଣୀକୁ ପଦୋନ୍ନତି ଦିଆଯାଇଛି ଏବଂ ବର୍ଷକୁ ୩୦ ଲକ୍ଷ ଟଙ୍କା ପାଇବେ ।