ଆଇପିଏଲରେ ଆୟୋଜନରେ କରୋନା କଣ୍ଟା, ଏହି ସହରରେ ଖେଳାଯାଇପାରେ ବାକି ସମସ୍ତ ମ୍ୟାଚ୍‌

ନୂଆଦିଲ୍ଲୀ : କରୋନା କାରଣରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟୁର୍ନାମେଣ୍ଟର ବାକି ଥିବା ମ୍ୟାଚଗୁଡିକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି । ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ଦଳ ମୁମ୍ବାଇରେ ପହଞ୍ଚାଇବା ପାଇଁ ବିସିସିଆଇ ଚିନ୍ତା କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ, ୱାଙ୍ଖେଡା ଏବଂ ଡିଏ ପାଟିଲ ଷ୍ଟାଡିୟମରେ ସମସ୍ତ ଦଳ ପାଇଁ ବ୍ୟବସ୍ଥା କରାଯିବ ।

ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମେ ୭ ସୁଦ୍ଧା ସମସ୍ତ ଦଳ ମୁମ୍ବାଇରେ ପହଞ୍ଚି ପାରନ୍ତି । ଯଦି ଫ୍ରାଞ୍ଚାଇଜ୍ ଏହି ସମୟ ମଧ୍ୟରେ ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ସାଇଟାଇଜ କରିବା ପାଇଁ ପର୍ଯ୍ୟାପ୍ତ ସମୟ ହେବ ନାହିଁ ବୋଲି ଅଭିଯୋଗ କରନ୍ତି, ତେବେ ଏହି ସମୟ ଆହୁରି କିଛି ଦିନ ବଢିପାରେ । ସୂଚନାଯୋଗ୍ୟ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ସୋମବାର ସ୍ଥଗିତ ରଖାଯାଇଛି ।
ଦୁଇ କୋଲକାତା ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲା । ସୂଚନା ଅନୁଯାୟୀ କୋଲକାତା ସହ ଯୋଗାଯୋଗରେ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ସଂଗରୋଧରେ ରହିବାକୁ କୁହାଯାଇଛି ।ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ବିସିସିଆଇ ଚାର୍ଟର ପ୍ଲେନ, ହୋଟେଲ ଏବଂ ଷ୍ଟାଡିୟମକୁ ପରିଷ୍କାର କରିବାରେ ବ୍ୟସ୍ତ ଅଛି ଏବଂ ଖୁବ ଶୀଘ୍ର ମୁମ୍ବାଇରେ ସମସ୍ତ ୮ଟି ଦଳ ପାଇଁ ବ୍ୟବସ୍ଥା କରାଯିବ ।

ଚଳିତ ବର୍ଷ ଆଇପିଏଲ୍ ଇଭେଣ୍ଟ ପାଇଁ ୬ ଟି ସ୍ଥାନ ଚୟନ କରାଯାଇଛି । ବାଙ୍ଗାଲୋର, ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାକୁ ଏଥର ମ୍ୟାଚ୍ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଛି । ଏଥିମଧ୍ୟରୁ ବର୍ତ୍ତମାନ ଖବର ଆସିଛି ଯେ ସମସ୍ତ ଦଳ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଯୋଜନା ଚାଲିଛି । ମୁମ୍ବାଇରେ ତିନୋଟି ଷ୍ଟାଡିୟମ୍ ଅଛି, ଯେଉଁଠାରେ ମ୍ୟାଚ୍ ଖେଳିବାର ସମସ୍ତ ସୁବିଧା ଅଛି । ୱାଙ୍ଖେଡରେ ବର୍ତ୍ତମାନ ମ୍ୟାଚ୍ ଖେଳାଯାଉଛି । ଏହା ବ୍ୟତୀତ ଡି ପାଟିଲ୍ ଏବଂ ବ୍ରାବୋର୍ନ୍ ଷ୍ଟାଡିୟମ୍ ମ୍ୟାଚ୍ ଖେଳାଯିବାକୁ ଚର୍ଚ୍ଚା ହେଉଛି ।

Comments (0)
Add Comment