ଝିଅର ଫଟୋ ସେୟାର କଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ : ଭାରତୀୟ ପେସର ଭୁବନେଶ୍ୱର କୁମାର ନିଜର ଝିଅ ଫଟୋ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗତ ମାସରେ ତାଙ୍କ ପତ୍ନୀ ନୂପୁର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ଏହି କନ୍ୟା ରତ୍ନଙ୍କ ଆଗମନ ହୋଇଥିବାରୁ ଉଭୟ ଭୁବନେଶ୍ୱର ଓ ତାଙ୍କ ପତ୍ନୀଙ୍କ ଖୁସି ଆହୁରି ଦ୍ୱିଗଣିତ ହୋଇଥିଲା । ନିଜ ଝିଅର ଫଟୋ ସେୟାର କରିଥିଲେ ମଧ୍ୟ ଝିଅର ନାମ କ’ଣ ତାହା ପ୍ରଶଂସକମାନଙ୍କୁ ସୂଚନା ଦେଇନାହାନ୍ତି । ଏହି କାରଣରୁ ପ୍ରଶଂସକମାନେ ଝିଅର ନାମ କ’ଣ ଦେଲ ବୋଲି ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିଥିଲେ । ତିନୋଟି ମ୍ୟାଚରୁ ୩ଟି ଉଇକେଟ ପାଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭୁବନେଶ୍ୱର କୁମାର ବାଦ୍‌ ପଡିଛନ୍ତି ।

Bhubaneswar Kumar shared a photo of his girlPhotoଝିଅର ଫଟୋ ସେୟାର କଲେ ଭୁବନେଶ୍ୱର କୁମାର
Comments (0)
Add Comment