ବିନୋଦ କାମ୍ବଲି ଗିରଫ,ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ ହୋଇଛନ୍ତି । ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶା ସେବନ କରି ଗାଡି ଚଳାଉଥିବା ବେଳେ ସେ ଏକ କାରକୁ ଧକ୍କା ଦେଇଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ହେଲେ କାମ୍ବଲିଙ୍କୁ ପରେ ବେଲ ମିଳିଯାଇଛି । ୫୦ ବର୍ଷିୟ କାମ୍ବଲି ନିକଟରେ ମାଦକଦ୍ରବ୍ର ସେବନ କରି ଗାଡ଼ି ଚଳାଉଥିଲେ । ଭାରସାମ୍ୟ ହରାଇ ସେ ଏକ କାର ସହ ଧକ୍କା ଲଗାଇଥିଲେ । ଏନେଇ ଜଣେ ଲୋକ ତାଙ୍କ ବିରୋଧରେ ମୁମ୍ବାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଥିଲା କି କାମ୍ବଲି ମଦ ପିଇ ଗାଡି ଚଳାଉଥିବା ବେଳେ ତାଙ୍କ କାରକୁ ଧକ୍କା ଦେଇଥିଲେ । ଏହି ଅଭିଯୋଗ ପାଇବା ପରେ ବାନ୍ଦ୍ରା ପୋଲିସ କାମ୍ବଲିଙ୍କୁ ଗିରଫ କରିଥିଲା । କାମ୍ବଲି ଭାରତୀୟ କ୍ରିକେଟ ଟିମ ପାଇଁ ୧୦୭ ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୨୪୭୭ ରନ କରିଥିଲେ , ଯାହା ମଧ୍ୟରେ ୨ ଟି ଶତକ ଓ ୧୪ ଟି ଅର୍ଦ୍ଧ ଶତକ ରହିଛି । କେବଳ ଏକଦିବସୀୟ ନୁହେଁ, କାମ୍ବଲି ଭାରତୀୟ ଟିମ ପାଇଁ ମଧ୍ୟ ୧୭ଟି ଟେଷ୍ଟ ମ୍ୟାଚ ଖେଳି ୧୦୮୪ ରନ କରିଛନ୍ତି । ଯାହା ମଧ୍ୟରେ ୪ ଟି ଶତକ ସାମିଲ ରହିଛି । କିଛିଦିନ ପୂର୍ବରୁ ବିନୋଦ କାମ୍ବଲି ସାଇବର ଠକେଇର ଶିକାର ହୋଇ ଚର୍ଚ୍ଚାକୁ ଆସିଥିଲେ ।

Comments (0)
Add Comment