ଦେଶର ନାଁ ରଖିଲେ ହରଭଙ୍ଗା ବ୍ଲକର ପୁଅ

ହରଭଙ୍ଗା : ଚଳିତ ବର୍ଷ ଅଗଷ୍ଟ ୧୧ତାରିଖରେ ଇଣ୍ଡୋନେସିଆରେ ହୋଇଥିବା ୫୬ ତମ ଏସିଆନ ପୁରୁଷ ବଡି ବିଲଡିଂ ୭୦ କେଜି ଚାମ୍ପିଅନସିପରେ ଭାରତ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ବିଜେତା ହୋଇଛି I ଏହି ପଦକ ବିଜେତା ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରଶରା ଗ୍ରାମର ବାଦଲ ବେହେରା l ବାଦଲ ସନ୍ତୋଷ ବେହେରାଙ୍କର ସୁପୁତ୍ର ହୋଇଥିବାବେଳେ ସେ ଏକ ଗରିବ ଚାଷୀ ପରିବାରର ଅଟନ୍ତି l ସେ ବିଜେତା ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l ଏହି ପୁରୁଷ ବଡିବିଲଡିଂ ୭୦ କେଜିରେ ବୃନେଇ ପ୍ରଥମ ସ୍ଥାନ, ମାଲେସିୟା ଦ୍ୱିତୀୟ ହୋଇଥବା ବେଳେ ଭାରତରୁ ବାଦଲ ବେହେରା ତୃତୀୟ ସ୍ଥାନରେ ବିଜେତା ହୋଇଥିଲେ I ଭାରତରୁ ଅଂଶ ଗ୍ରହଣ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପ୍ରାପ୍ତ କରି ବୌଦ୍ଧ ତଥା ଓଡ଼ିଶା ଓ ଦେଶକୁ ଗର୍ବ ଓ ଗୌରବ ଆଣିଛନ୍ତି l ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ବୌଦ୍ଧ ଜିଲ୍ଲା ପ୍ରଶାସନ ସମ୍ମାନୀତ କରିଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ସୂର୍ଯ୍ୟ ମହାପାତ୍ରଙ୍କ ନେତୃତ୍ୱରେ ଶନିବାର ଦିନ ଏକ ପ୍ରତିନିଧି ଦଳ ତାଙ୍କ ଗ୍ରାମକୁ ଯାଇ ତାଙ୍କୁ ସମ୍ମାନୀତ ମଧ୍ୟ୍ୟ କରିଥିଲେ। ସେହିଭଳି ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଭିଡ଼ିଓ କଲ ମାଧ୍ୟମରେ ଶୁଭକାମନା ଜଣାଇବା ସହିତ ଆଗାମୀ ଦିନରେ ଆହୁରି ଭଲ ଖେଳି ସାରା ବିଶ୍ୱରେ ଜିଲ୍ଲା ତଥା ଦେଶର ନାଁ, କରିବା ପାଇଁ ଉପଦେଶ ଦେଇଛନ୍ତି l

Comments (0)
Add Comment