ମାଲାମାଲ ହେବେ ଆଇପିଏଲ ଭାଷ୍ୟକାର

ନୂଆଦିଲ୍ଲୀ,୨୨/୩ : ଏଥର ଆଇପିଏଲ ପାଇଁ ମୋଟ୍‌ ୮୦ ଭାଷ୍ୟକାରଙ୍କ ଟିମ୍‌ ପ୍ରସ୍ତୁତ କରାଯାଇଛି । ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ । ଏଥିରେ ଭାଷ୍ୟକାର ବି ମାଲେମାଲ ହେବେ । ଦୀର୍ଘ ସମୟ ଧରି ଏହି ଆଇପିଏଲକୁ ଦର୍ଶକ ଅପେକ୍ଷା କରି ରହିଥିଲେ । ତେଣୁ ଷ୍ଟାର ନେଟୱର୍କ ମଧ୍ୟ ପ୍ରସାରଣ ପାଇଁ ପ୍ରସ୍ତୁତ ହୋଇଯାଇଛି । ଆଇପିଏଲ ୨୦୨୨କୁ ୮ ଭିନ୍ନ ଭିନ୍ନ ଭାଷାରେ ଏବଂ ୨୪ ଅଲଗା ଚ୍ୟାନେଲରେ ପ୍ରସାରଣ କରାଯିବ । ଏଥର ଆଇପିଏଲର କମେଣ୍ଟ୍ରି ହିନ୍ଦୀ,ଇଂରାଜୀ,ତାମିଲ, କନ୍ନଡ,ମରାଠୀ,ମାଲାୟାଲମ,ବଙ୍ଗାଳି ଭାଷାରେ କରାଯିବ । ଏଥିପାଇଁ ଷ୍ଟାର ପକ୍ଷରୁ ୮୦ ଜଣ ଭାଷ୍ୟକାରଙ୍କ ଟିମ୍‌ ପ୍ରସ୍ତୁତ କରାଯାଇଛି । ଏଥିରେ ଅନେକ ଅଭିଜ୍ଞ ଭାଷ୍ୟକାରଙ୍କ ନାମ ସାମିଲ୍‌ । ହର୍ଷ ଭୋଗଲେ,ସୁନିଲ ଗାଭାସ୍କର,ରବି ଶାସ୍ତ୍ରୀ, ସୁରେଶ ରୈନା, ଆକାଶ ଚୋପ୍ରା, ଇରଫାନ ପଠାନଙ୍କ ପରି ନାମ ଏଥର ଆଇପିଏଲରେ କମେଣ୍ଟ୍ରି ଟିମ୍‌ରେ ଅଛନ୍ତି । ଏ ସମସ୍ତଙ୍କୁ କମେଣ୍ଟ୍ରି ପାଇଁ କେତେ ଟଙ୍କା ମିଳିଥାଏ ଆସନ୍ତୁ ଜାଣିବା । ଆଇପିଏଲରେ କମେଣ୍ଟ୍ରି କରୁଥିବା ଭାଷ୍ୟକାରଙ୍କୁ କୋଟି କୋଟି ଟଙ୍କା ମିଳିଥାଏ । ଏଥିରେ ଇଂରାଜୀ ଭାଷ୍ୟକାରଙ୍କୁ ଅଧିକ ଫି ମିଳିଥାଏ,କାରଣ ସେମାନେ ୱାର୍ଲ୍ଡ ଫିଡ୍‌ର ଅଂଶ ବିଶେଷ । ପୂରା ସିଜିନରେ ଏମାନଙ୍କ ଫି ପ୍ରାୟ ୧.୯ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ଇଂରାଜୀରେ କମେଣ୍ଟ୍ରି କରୁଥିବା ହର୍ଷ ଭୋଗଲେ, ସୁନିଲ ଗାଭାସ୍କର,ଲକ୍ଷ୍ମଣ ଶିବରାମକୃଷ୍ଣନ, ଇଆନ ବିଶୋପ,ଏଲନ ୱିଲିଙ୍କ୍ସ,ପମି ବାଙ୍ଗୱା,ନିକୋଲାସ ନାଇଟ୍‌,ଡାନି ମରିସନ,ସାଇମନ ଡୁଲ,ମାଥ୍ୟୁ ହେଡେନ ଏବଂ କେଭିର ପିଟରସନଙ୍କ ପରି ବଡ ଭାଷ୍ୟକାରଙ୍କୁ ପାଞ୍ଚ ଲକ୍ଷ ଡଲାର ପର୍ଯ୍ୟନ୍ତ ଫି ମିଳୁଛି । ଯଦି ହିନ୍ଦୀ ଭାଷ୍ୟକାରଙ୍କୁ ୭୦ ଲକ୍ଷରୁ ନେଇ ୩ କୋଟି ପର୍ଯ୍ୟନ୍ତ ଫି ମିଳିଥାଏ । ଏଥିରେ ସବୁଠୁ ଅଧିକ ତିନି ଲକ୍ଷ ଡଲାରର ଫି ନିଅନ୍ତି ଆକାଶ ଚୋପ୍ରା । ଅର୍ଥାତ ତାଙ୍କର ଫି ଅଢେଇ କୋଟି ଟଙ୍କାରୁ ଅଧିକ । ଆକାଶ ଚୋପ୍ରାଙ୍କ ବ୍ୟତୀତ ଇରଫାନ ପଠାନ, ଗୌତମ ଗମ୍ଭୀରଙ୍କ ପରି ହିନ୍ଦୀ ଭାଷ୍ୟକାରଙ୍କ ଫି ହେଉଛି ଦୁଇ ଲକ୍ଷ ଡଲାର ଅର୍ଥାତ ଦେଢ କୋଟିରୁ ଅଧିକ ।

Comments (0)
Add Comment