ଧୋନୀ ଉପର କ୍ରମରେ ବ୍ୟାଟିଂ କରିବା ଦରକାର : ଗମ୍ଭୀର

ମୁମ୍ବାଇ : ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ମତରେ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚାରି କିମ୍ବା ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇବା ଦରକରା । ଧୋନୀ ପ୍ରାୟ ସବୁବେଳେ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚରେ ସେ ସଫଳ ହୋଇନଥିଲେ । ମାତ୍ର ଦୁଇ ବଲ ଖେଳି ଶୂନରେ ଆଉଟ୍ ହୋଇଥିଲେ । ଶିଖର ଧାୱନ (୮୫) ଓ ପୃଥ୍ୱୀ ସୋ (୭୨) ଜରିଆରେ ଦିଲ୍ଲୀ ୭ ଉଇକେଟରେ ୧୮୯ରୁ ସହଜରେ ଚେଞ୍ଜ୍ କରିଦେଇଥିଲା ।
ଏକ ସ୍ପୋର୍ଟ୍ସ ଚ୍ୟାନେଲରେ କଥାବାର୍ତ୍ତା ବେଳେ ଗମ୍ଭୀର କହିଛନ୍ତି ଯେ, ଧୋନୀ ଉପର କ୍ରମରେ ବ୍ୟାଟିଂ କରିବା ଜରୁରୀ ଅଟେ । ଜଣେ ନେତାକୁ ସାମ୍ନାରୁ ନେତୃତ୍ୱ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଯଦି ଧୋନୀ ଉପର କ୍ରମରେ ବ୍ୟାଟିଂ କରନ୍ତି ତେବେ ତାଙ୍କୁ ଅଧିକ ସମୟ ମିଳିବ । ସେ ଜତି କ୍ରିଜ୍‌ରେ ଜମି ଯିବେ ତାଙ୍କୁ ଅଟକାଇବା ମୁସ୍କିଲ ହେବ ବୋଲି ସେ କହିଛନ୍ତି । ସେହିପରି ଗମ୍ଭୀର କହିଛନ୍ତି ଯେ, ଚେନ୍ନାଇର ବୋଲିଂ ଲାଇନ ମଧ୍ୟ ଦୁର୍ବଳ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧୋନୀ ୪/୫ ବର୍ଷ ପୂର୍ବରୁ ଯାହା ଥିଲେ ଏବେ ଆଉ ନାହାନ୍ତି । ସୂଚନାଯୋଗ୍ୟ ଯେ, ଧୋନୀ ପୂର୍ବରୁ ୭ ନମ୍ବରରେ ବ୍ୟାଟିଂ କରି ବହୁ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଭାରତକୁ ଜିତାଇଛନ୍ତି । ସେ ବିଶ୍ୱର ଜଣେ ଶ୍ରେଷ୍ଠ ଫିନିସର ଭାବେ ପରିଚିତ ।

Comments (0)
Add Comment