ଦାରିଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ସିମନବାଡି ଗୋଷ୍ଠୀ ଖେଳ ପଡ଼ିଆଠାରେ ଗତ ୧୯ତାରିଖରୁ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ସିମନବାଡ଼ି-୨୦୨୧ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ୧୯ ତାରିଖଠାରୁ ଆରମ୍ଭ ହୋଇଥିଲା । ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ବାଲିଗୁଡା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ ଦଳ ସହିତ ଫିରିଙ୍ଗିଆ ବ୍ଳକ ରତଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା ଦଳ ମଧ୍ୟରେ ଖେଳ ହୋଇଥିଲା । ଏହି ଖେଳରେ ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ ହୋଇଥିଲା ବେଳେ ସିନ୍ଦ୍ରିଗାଁ ଦଳ ରନର୍ସଅପ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଫୁଟବଲ ଦଳକୁ ନେଇ ଖେଳ ଆୟୋଜନ ହୋଇଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଡିଓ କଳାକୃଷ୍ଣ ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ସୁଶାନ୍ତ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଳକ ବିଜେଡି ସଭାପତି ଜ୍ୟୋତିରାଜ ପ୍ରଧାନ, ଶିକ୍ଷକ ବିଦେଶୀ ନାୟକ, ସିମନବାଡି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ଦାରିଙ୍ଗବାଡି ପ୍ରେସ କ୍ଲବ ସଭାପତି ପ୍ରେମଚାନ୍ଦ ସିଂ ଉପସଭାପତି ପ୍ରିୟବ୍ରତ ସାହୁ ,ସମ୍ପାଦକ ଅଶ୍ୱିନ ମନ୍ତ୍ରୀ କୋଷାଧ୍ୟକ୍ଷ ତରଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଖେଳ ସମାପ୍ତି ପରେ ବିଜୟୀ ଦଳକୁ ମୁଖ୍ୟ ଅତିଥି ବିଡିଓ ଶ୍ରୀ ପ୍ରଧାନ ନଗଦ୧୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଦଳକୁ ୧୦ହଜାର ଟଙ୍କା ସହିତ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଷ୍ଟାଇଲିସ ଖେଳାଳୀ ଓ ଶ୍ରେଷ୍ଠ ସ୍କୋରର ଭାବେ ଡଙ୍ଗରପଡ଼ା ଦଳର ବିଜୟ କୁମାରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶୃଙ୍ଖଳିତ ଦଳ ଭାବେ ଦାରିଙ୍ଗବାଡ଼ି ଦଳକୁ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକ କୁ ଆୟୋଜନ କରିଥିବା କମିଟିର କର୍ମକର୍ତ୍ତା ଜଗନ୍ନାଥ ନାୟକ,ପ୍ରଭାସ ସାହୁ,ଅମର ନାୟକ(ତୋଫାନ), ମାଥ୍ୟାସ ପ୍ରଧାନ,ହୃଷୀକେଶ ବେହେରା,ଜହନ ନାୟକ,ସିଦ୍ଧାନ୍ତ ପ୍ରଧାନ,ପିନସ ପ୍ରଧାନ,ପିଇଟି ଶିକ୍ଷକ ସାମନ୍ତ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଦିନ ଧରି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳିତ ହୋଇଥିବା ବେଳେ ସମସ୍ତ ମ୍ୟାଚରେ ରେଫରି ଭାବେ ସୁନୀଲ କୁମାର ବେହେରା,ସୁଜିତ ରାଜହନ୍ସ,ଉଦୟ ଶଙ୍କର କହଁର,ଶମ୍ଭୁ ପ୍ରସାଦ ମଲ୍ଲିକ, ଅରୁଣ ମଲ୍ଲିକ ପ୍ରମୁଖ ମ୍ୟାଚ ପରିଚାଳନା ରେ ସହାୟତା କରିଥିଲେ ।