ଥିରୁଅନନ୍ତପୁରମ୍: କେରଳର ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଅସ୍ଥାୟୀ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି । ଗତ ରାତିରେ ଚ୍ୟ଼ାରିଟି ଫୁଟବଲ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏଥିଲାଗି ପଡିଆର ଗୋଟିଏ ପାର୍ଶ୍ୱରେ ଅସ୍ଥାୟୀ ଗ୍ୟାଲେରୀ ନିର୍ମାଣ କରାଯାଇଥିଲା । ତେବେ ଖେଳ ଆରମ୍ଭ ଲାଗି ପଡିଆରେ ଖେଳାଳିମାନେ ପହଞ୍ଚି ସାରିଥିବାବେଳେ ଗ୍ୟାଲେରୀରେ ଖଚାଖଚ ଭିଡଳ ଜମିଥିଲା । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ଶତାଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଏପରିକି କିଛି ଲୋକଙ୍କ ଉପରେ ଫ୍ଲଡ ଲାଇଟ୍ ଷ୍ଟାଣ୍ଡ ମଧ୍ୟ ଗଳି ପଡ଼ିଥିଲା । ସ୍ଥାନୀୟ ପୁଲିସର ସୂଚନା ଅନୁସାରେ ମାତ୍ର ୪ହଜାର ଲୋକଙ୍କୁ ଧାରଣ କରିବା ଭଳି ଗ୍ୟାଲେରୀ ତିଆରି ହୋଇଥିଲା । ହେଲେ ୫୦୦୦ରୁ ଅଧିକ ଲୋକ ଗ୍ୟାଲେରୀ ଉପରେ ଚଢ଼ିଯିବାରୁ ତାହା ଭୁଶୁଡ଼ି ପଡ଼ିଥିଲା ।