ମୁମ୍ବାଇ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଦୁଇଟି ଘଣ୍ଟା କଷ୍ଟମ ବିଭାଗ ଜବତ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଏହି ଘଣ୍ଟାର ବିଲ ନଥିଲା। ସେ ଏହି ଘଣ୍ଟାର ଡିକ୍ଲେୟର ମଧ୍ୟ କରିନଥିଲେ। ଆଇସିସି ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ଟିମ୍ ଇଣ୍ଡିଆ ଫେରି ଆସିଥିଲା। ଟିମ ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରବିବାର ବିଳମ୍ବିତ ରାତିରେ ସ୍ବଦେଶ ଫେରିଥିଲେ। କିନ୍ତୁ ବିମାନବନ୍ଦରରେ ତାଙ୍କୁ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଓ ଦୁଇଟି ଘଣ୍ଟା ଜବତ କରିଥିଲା। ଘଣ୍ଟାର ଦାମ ୫ କୋଟି ଟଙ୍କା।ଆଇସିସି ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଫ୍ଲପ୍ ପ୍ରମାଣିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚମତ୍କାର ଅଲରାଉଣ୍ଡର ବୋଲି କୁହାଯାଏ। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରି ନାହାନ୍ତି। ଟି-୨୦ କ୍ରିକେଟ ବିଶ୍ୱକପରେ ହାର୍ଦ୍ଦିକ ୩ଟି ମ୍ୟାଚରେ ମାତ୍ର ୬୯ ରନ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ସହ ମ୍ୟାଚ ବେଳେ ସେ ମହତ୍ତ୍ୱପୂର୍ଣ୍ଣ ୱିକେଟ ହରାଇ ଦେଇଥିଲେ।