ପିଲାବେଳେ ଶୁଣିପାରୁନଥିଲେ, ଏବେ ଦୋକାନ ଚଳାଉଛନ୍ତି ଏହି କ୍ରିକେଟର : ଦିନେ ସଚିନଙ୍କୁ ଘାଇଲା କରୁଥିଲେ

ନୂଆଦିଲ୍ଲୀ : ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ । ସେ ତାଙ୍କ ସମୟରେ ବହୁ ନାମୀଦାମୀ ବୋଲରଙ୍କୁ ସାମ୍ନା କରିଛନ୍ତି । ଅଷ୍ଟ୍ରେଲିଆ ସ୍ପିନର ସେନ ୱାର୍ଣ୍ଣଙ୍କ ସ୍ୱପ୍ନରେ ମଧ୍ୟ ସଚିନ ଆସିଥାନ୍ତି ବୋଲି ଶୁଣାଯାଏ । କିନ୍ତୁ ଜିମ୍ବାୱେର ରଏ ପ୍ରାଇସ୍ ସଚିନଙ୍କୁ ଲଗାତାର ୩ଥର ଆଉଟ୍ କରି କ୍ରିକେଟ ଦୁନିଆରେ ନିଜ ନାମକୁ ଚର୍ଚ୍ଚାରେ ରଖିପାରିଥିଲେ । ରଏ ପ୍ରାଇସ୍ ଜିମ୍ବାୱେ ଟେଷ୍ଟ କ୍ରିକେଟର ସର୍ବାଧିକ ଉଇକେଟ ନେବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଜିମ୍ବାୱେର ଭାରତ ଗସ୍ତ ସମୟରେ ପ୍ରାଇସ୍ ସଚିନ ତେନ୍ଦୁଲକରଙ୍କୁ ୩ ଥର ଆଉଟ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୬ଟି ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିଲେ । ଏହି ବାମହାତୀ ସ୍ପିନର ୨୦୧୩ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଜୀବନର ଶେଷ ଅନ୍ତର୍ଜାତିୟ ଟେଷ୍ଟ ମ୍ୟାଚ୍ ଖେଳିିଥିଲେ । ଏବେ ଅବସର ନେବା ପରେ ସେ ଏକ ସ୍ପୋର୍ଟ୍ସ ଦୋକାନ ଖୋଲିଛନ୍ତି । ପ୍ରାଇସଙ୍କୁ ବେଳବେଳୁ ଶୁଣିବାକୁ ଅସୁବିଧା ହେଉଥିଲା । ଏଇଥି ପାଇଁ ସେ ବହୁ କଷ୍ଟ ସହିଛନ୍ତି । କିନ୍ତୁ ତାଙ୍କର ସର୍ଜରୀ ପରେ ଏହା ଠିକ୍ ହୋଇଯାଇଛି । ଜିମ୍ବାୱେ କ୍ରିକେଟ ଜଗତରେ ସେ ଜଣେ ନାମୀଦାମୀ ଖେଳାଳି ଭାବେ ପରିଚିତ ।

Comments (0)
Add Comment