ଟି -୨୦ ବିଶ୍ୱକପ୍‌ : ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଦୁବାଇ : ଟି -୨୦ ବିଶ୍ୱକପ ୨୦୨୧ ର କାର୍ଯ୍ୟସୂଚୀ ଆଇସିସି ଦ୍ୱାରା ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏଥର ଟି -୨୦ ବିଶ୍ୱକପ ୟୁଏଇରେ ଖେଳାଯିବ । ଏହା ପୂର୍ବରୁ ଏହା ଭାରତରେ ଆୟୋଜିତ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୭ ରୁ ଅନୁଷ୍ଠିତ ହେବ ଏବଂ ଏହାର ଫାଇନାଲ ନଭେମ୍ବର ୧୪ ରେ ଖେଳାଯିବା ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନର ଦଳ ସମାନ ଗ୍ରୁପରେ ରହିଛନ୍ତି । ଏହି ମେଗା ଇଭେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ୨୪ ଅକ୍ଟୋବରରେ ଦୁବାଇରେ ଖେଳାଯିବ । ୟୁଏଇରେ ହେବାକୁ ଥିବା ଟି -୨୦ ବିଶ୍ୱକପ୍‌ର ମ୍ୟାଚ୍‌ ଓମାନ, ଆବୁଧାବି, ଦୁବାଇ ଏବଂ ଶାରଜାଠାରେ ଅନୁଷ୍ଠିତ ହେବ । ୮ ଟି ଦେଶର ଯୋଗ୍ୟତା ମ୍ୟାଚ୍‌ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ମ୍ୟାଚରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆୟର୍ଲାଣ୍ଡର ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେହିପରି ସୁପର ୧୨ ଦଳକୁ ୨ଟି ଗ୍ରୁପରେରେ ବିଭକ୍ତ କରାଯାଇଛି । ଯୋଗ୍ୟତା ମ୍ୟାଚ୍‌ ସୁପର -୧୨ ମ୍ୟାଚ୍‌ ପୂର୍ବରୁ ଖେଳାଯିବ ।
ପ୍ରଥମ ରାଉଣ୍ଡ ମ୍ୟାଚ ୧୭ ଅକ୍ଟୋବରରୁ ଆରମ୍ଭ ହେବ
ଅକ୍ଟୋବର ୧୭ ରେ ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ରାଉଣ୍ଡ ୧ ଗ୍ରୁପ୍‌ ବି ମ୍ୟାଚ୍‌ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ, ଯେଉଁଥିରେ ଅନ୍ୟ ଗ୍ରୁପ୍‌ ବି ଦଳ ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ । ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ନାମିବିଆ ଗ୍ରୁପ୍‌ ଏ – ପରଦିନ ଆବୁଧାବିରେ ଖେଳିବେ ଏବଂ ପ୍ରଥମ ରାଉଣ୍ଡ ମ୍ୟାଚ୍‌ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସୁପର ୧୨ରେ ପ୍ରବେଶ କରିବେ ।


୨୩ ଅକ୍ଟୋବରରୁ ସୁପର-୧୨ ଆରମ୍ଭ ହେବ
ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡ ସୁପର ୧୨ ପର୍ଯ୍ୟାୟ – ୨୩ ଅକ୍ଟୋବରରେ ଅଷ୍ର୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗ୍ରୁପ୍‌ ୧ ମ୍ୟାଚ୍‌ ସହିତ ଆବୁଧାବିରେ ଆରମ୍ଭ ହେବ । ଏହା ପରେ ଦୁବାଇରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକ ମ୍ୟାଚ୍‌ ହେବ । ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ୩୦ ଅକ୍ଟୋବରରେ ଦୁବାଇରେ ମୁହାଁମୁହିଁ ହେବେ । ଏହି ଗ୍ରୁପ୍‌ ୬ ନଭେମ୍ବରରେ ଆବୁଧାବିରେ ଅଷ୍ର୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍‌ ଏବଂ ଶାରଜାଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ସହିତ ସମାପ୍ତ ହେବ ।


ଅକ୍ଟୋବର ୨୪ ରୁ ଗ୍ରୁପ୍‌ ୨ ମ୍ୟାଚ୍‌ ଅନୁଷ୍ଠିତ ହେବ
ଗ୍ରୁପ୍‌ ୨ ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ସହିତ ଆରମ୍ଭ ହେବ । ୨୬ ଅକ୍ଟୋବରରେ ଶାରଜାଠାରେ ପାକିସ୍ତାନ ପୁଣି ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ପ୍ରଥମ ରାଉଣ୍ଡରୁ ଗ୍ରୁପ୍‌ ବି’ର ବିଜେତା ଦଳ ସହିତ ଅକ୍ଟୋବର ୨୫ ରେ ଶରଜାଠାରେ ହେବାକୁ ଥିବା ଟି -୨୦ ବିଶ୍ୱକପରେ ଆଫଗାନିସ୍ତାନ ଦଳ ଅଭିଯାନ ଆରମ୍ଭ କରିବ । ଗ୍ରୁପ୍‌ ମ୍ୟାଚ୍‌ ନଭେମ୍ବର ୮ ରେ ଶେଷ ହେବ ଏବଂ ଭାରତ ଗ୍ରୁପ୍‌ ଏରୁ ଦ୍ୱିତୀୟ ସ୍ଥାନରେ ଯୋଗ୍ୟତା ଅର୍ଜନ କରିଥିବା ଦଳ ସହ ଖେଳିବ ।


ସେମିଫାଇନାଲ ମ୍ୟାଚ୍‌
ପ୍ରଥମ ସେମିଫାଇନାଲ ନଭେମ୍ବର ୧୦ ରେ ଆବୁଧାବିରେ ଅନୁଷ୍ଠିତ ହେବ । ଦ୍ୱିତୀୟ ସେମିଫାଇନାଲ ନଭେମ୍ବର ୧୧ ରେ ଦୁବାଇରେ ଖେଳାଯିବ । ଉଭୟ ସେମିଫାଇନାଲରେ ରିଜର୍ଭ ଦିନ ରଖାଯାଇଛି ।


ନଭେମ୍ବର ୧୪ ରେ ଫାଇନାଲ ଖେଳାଯିବ
ନଭେମ୍ବର ୧୪ ରେ ଦୁବାଇରେ ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ । ଫାଇନାଲ ପାଇଁ ଏକ ରିଜର୍ଭ ଦିନ ମଧ୍ୟ ରଖାଯାଇଛି ।

ଗ୍ରୁପ୍‌ ୧ ରେ – ଅଷ୍ର୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ ଏବଂ ବିଜେତା ଗ୍ରୁପ୍‌ ଏ, ରନର୍ସ ଅପ୍‌ ଗ୍ରୁପ୍‌ ବି
ଗ୍ରୁପ୍‌ ୨ ରେ – ଭାରତ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ବିଜେତା ଗ୍ରୁପ୍‌ ବି, ରନର୍ସ୍‌ ଅପ୍‌ ଗ୍ରୁପ୍‌ ଏ

ଯୋଗ୍ୟତା ମ୍ୟାଚ୍‌ ପାଇଁ ମଧ୍ୟ ଦୁଇଟି ଗ୍ରୁପ ଗଠନ କରାଯାଇଛି
ଗ୍ରୁପ୍‌ ଏ: ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ ଏବଂ ନାମିବିଆ
ଗ୍ରୁପ୍‌ ବି : ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଏବଂ ଓମାନ

Comments (0)
Add Comment