ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ : ପାକିସ୍ତାନର ବିଜୟରେ ଭାରତକୁ ମିଳିଲା ଫାଇଦା

ନୂଆଦିଲ୍ଲୀ : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଜବରଦସ୍ତ ଫାଇଦା ହାସଲ କରିଛି । ପ୍ରଥମ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ପାକିସ୍ତାନ ଦଳ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ପାକିସ୍ତାନର ବିଜୟ ମଧ୍ୟ ଭାରତକୁ ଲାଭ ଦେଇଛି ଏବଂ ଦଳ ବର୍ତ୍ତମାନ ଟେବୁଲର ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ।
ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିବା ପରେ ପାକିସ୍ତାନ ପ୍ରାୟ ୬ ପ୍ରତିଶତ ପଏଣ୍ଟ ହାସଲ କରିଛି ଏବଂ ଦଳର ବର୍ତ୍ତମାନ ୫୮.୩୩ ପ୍ରତିଶତ ପଏଣ୍ଟ ରହିଛି । ଦକ୍ଷିଣ ଆଫ୍ରିକା ଏବଂ ଅଷ୍‌ଟ୍ରେଲିଆ ପରେ ପାକିସ୍ତାନର ଦଳ ତୃତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଥିବାବେଳେ ପାକିସ୍ତାନଠୁ ହାରି ଦଳ ବର୍ତ୍ତମାନ ତିନୋଟି ସ୍ଥାନ ହରାଇ ଷଷ୍ଠ ସ୍ଥାନକୁ ଖସି ଆସିଛି । ଶ୍ରୀଲଙ୍କାରେ ବର୍ତ୍ତମାନ ୪୮.୧୫ ପ୍ରତିଶତ ପଏଣ୍ଟ ରହିଛି ।
ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ୭୧.୪୩ ପ୍ରତିଶତ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧-୨୩ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି । ଦୀର୍ଘ ଦିନ ଧରି ଶୀର୍ଷରେ ରହିଥିବା ଅଷ୍ଟ୍ରେଲିଆ ୭୦.୦ ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ୱେଷ୍ଟଇଣ୍ଡିଜ୍‌ ୫୦ ପ୍ରତିଶତ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଇଂଲଣ୍ଡ (୩୩.୩୩ ପ୍ରତିଶତ ପଏଣ୍ଟ) ସପ୍ତମ ସ୍ଥାନରେ, ଟେଷ୍ଟ ଚାମ୍ପିଅନ୍‌ ନ୍ୟୁଜିଲ୍ୟାଣ୍ଡ (୨୫.୯୩ ପ୍ରତିଶତ ପଏଣ୍ଟ) ଅଷ୍ଟମ ଏବଂ ବାଂଲାଦେଶ (୧୩.୩୩ ପ୍ରତିଶତ ପଏଣ୍ଟ) ୯ ମ ସ୍ଥାନରେ ରହିଛି ।

Comments (0)
Add Comment