ଦୁବାଇ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ ପାଇଁ ନୂତନ ପଏଣ୍ଟ ଟେବୁଲର ନିୟମ ସହ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥର ଟେଷ୍ଟ ଚାମ୍ପିଅନସିପ୍ ଅଧୀନରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ । ଟେଷ୍ଟ ଟାଇ କ୍ଷେତ୍ରରେ ଉଭୟ ଦଳକୁ ୬ ପଏଣ୍ଟ ଦିଆଯିବ । ଏହା ବ୍ୟତୀତ ମ୍ୟାଚ ଡ୍ର ଉଭୟ ଦଳକୁ ୪ ପଏଣ୍ଟ ଲେଖାଏଁ ମିଳିବ । ହାରିଥିବା ଦଳକୁ କୌଣସି ପଏଣ୍ଟ ମିଳିବ ନାହିଁ । ଏହା ସହିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ ରେ ଦଳର ମାନ୍ୟତା ନିର୍ଣ୍ଣୟ କରିବା ପାଇଁ ବିଜୟ ପ୍ରତିଶତ ପଏଣ୍ଟ ବ୍ୟବହାର କରିବା ବିଷୟରେ ମଧ୍ୟ ଆଲୋଚନା କରିଛି । ବିଜେତା ଦଳକୁ ୧୦୦ ପ୍ରତିଶତ ପଏଣ୍ଟ ମିଳିବ । ସେହିପରି ଟାଇ ହେଲେ ୫୦ ପ୍ରତିଶତ ଓ ଡ୍ର ହେଲେ ଉଭୟ ଦଳକୁ ୩୩.୩୩ ପ୍ରତିଶତ ମିଳିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ହାରିଥିବା ଦଳକୁ କୌଣସି ପ୍ରତିଶତ ପଏଣ୍ଟ ମିଳିବ ନାହିଁ ।
ଏହା ବ୍ୟତୀତ ସିରିଜ୍ ଆଧାରରେ ପଏଣ୍ଟଗୁଡିକ ମଧ୍ୟ ସ୍ଥିର କରାଯାଇଛି । ଯଦି ଗୋଟିଏ ଟେଷ୍ଟ ସିରିଜରେ ୨ଟି ଟେଷ୍ଟ ମ୍ୟାଚ୍ ଅଛି, ତେବେ ଏଥିରେ ୨୪ ପଏଣ୍ଟ ରହିବ । ୩-ଟେଷ୍ଟ ସିରିଜ୍ ପାଇଁ ମୋଟ ୩୬ ପଏଣ୍ଟ, ୪ ଟେଷ୍ଟ ସିରିଜ୍ ପାଇଁ ୪୮ ଏବଂ ୫ ଟେଷ୍ଟ ସିରିଜ୍ ପାଇଁ ୬୦ ପଏଣ୍ଟ ଦିଆଯିବ । ସୂଚନାଯୋଗ୍ୟଯେ ଏହା ପୂର୍ବରୁ ପ୍ରତ୍ୟେକ ସିରିଜରେ ୧୨୦ ପଏଣ୍ଟ ରହିଥିଲା, ଏହା ଦୁଇଟି ଟେଷ୍ଟ ସିରିଜ୍ ହେଉ କିମ୍ବା ପାଞ୍ଚ ଟେଷ୍ଟ ସିରିଜ୍ । କିନ୍ତୁ ଏଥର ପ୍ରତ୍ୟେକ ମ୍ୟାଚରେ ସମାନ ପଏଣ୍ଟ ରହିବ ।
ଡବ୍ଲ୍ୟୁଟିସି-୨୩ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ
ଅଷ୍ର୍ଟ୍ରେଲିଆ : ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ ସମୟରେ, ୯ ଟି ଦଳ ଟେଷ୍ଟ ମ୍ୟାଚ୍ ଖେଳି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ । ଅଷ୍ର୍ଟ୍ରେଲିଆ ଦଳ ନିଜ ଘରେ ଟେଷ୍ଟ ଚାମ୍ପିଅନସିପ୍ ସମୟରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ । ଏହା ବ୍ୟତୀତ ଅଷ୍ର୍ଟ୍ରେଲିଆ ଦଳ ଘର ବାହାରେ ଭାରତ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ ।
ବାଂଲାଦେଶ :ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ ସମୟରେ ବାଂଲାଦେଶ ଦଳ ନିଜ ଘରେ ପାକିସ୍ତାନ, ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ବାଂଲାଦେଶ ଗସ୍ତ କରିବ ।
ଇଂଲଣ୍ଡ : ଇଂଲଣ୍ଡ ଦଳ ନିଜ ଘରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ଟେଷ୍ଟ ସିରିଜ୍ ଖେଳିବ । ଏଥି ସହିତ ପାକିସ୍ତାନ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ର୍ଟ୍ରେଲିଆ ଗସ୍ତରେ ଆସି ଟେଷ୍ଟ ସିରିଜ୍ ଖେଳିବ ।
ଭାରତ : ଭାରତୀୟ ଦଳ ଏହି ସମୟରେ ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ସହିତ ଘରୋଇ ଟେଷ୍ଟ ସିରିଜ୍ ଖେଳିବ । ଏଥି ସହିତ ଟେଷ୍ଟ ଚାମ୍ପିଅନସିପ୍ ଅଧୀନରେ ଭାରତୀୟ ଦଳକୁ ବାଂଲାଦେଶ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ ।
ନ୍ୟୁଜିଲାଣ୍ଡ୍ : ପ୍ରଥମ ଟେଷ୍ଟ ଚାମ୍ପିଅନସିପ ଜିତିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ନିଜ ଘରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଇଂଲଣ୍ଡ, ପାକିସ୍ଥାନ ଏବଂ ଭାରତ ଗସ୍ତରେ ଯାଇ ଏହି ଦଳଗୁଡିକ ସହିତ ଟେଷ୍ଟ ଖେଳିବେ ।
ପାକିସ୍ତାନ: ପାକିସ୍ତାନ କ୍ରିକେଟ୍ ଦଳ ଅଷ୍ର୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ । ଏହା ସହିତ ଶ୍ରୀଲଙ୍କା, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ ଖେଳିବ ।
ଦକ୍ଷିଣ ଆଫ୍ରିକା :ଦକ୍ଷିଣ ଆଫ୍ରିକା ଦଳ ଭାରତ, ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶ ସହିତ ଘରୋଇ ଟେଷ୍ଟ ସିରିଜ୍ ଖେଳିବ । ନିଜ ଘର ବାହାରେ ଅଷ୍ର୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ ।
ଶ୍ରୀଲଙ୍କା: ୱେଷ୍ଟଇଣ୍ଡିଜ୍, ଅଷ୍ର୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ସହିତ ଶ୍ରୀଲଙ୍କା ଦଳ ଘରୋଇ ସିରିଜ୍ ଖେଳିବ । ଏଥି ସହିତ ଟେଷ୍ଟ ଚାମ୍ପିଅନସିପ୍ ସମୟରେ ଶ୍ରୀଲଙ୍କା ଦଳକୁ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ଗସ୍ତ କରିବାକୁ ପଡିବ ।
ୱେଷ୍ଟଇଣ୍ଡିଜ୍ :ୱେଷ୍ଟଇଣ୍ଡିଜ୍ ଦଳ ପାକିସ୍ତାନ, ବାଂଲାଦେଶ ଏବଂ ଇଂଲଣ୍ଡକୁ ସହ ଘରୋଇ ଟେଷ୍ଟ ସିରିଜ ଖେଳିବାକୁ ପଡିବ । ସେହିପରି ସେମାନଙ୍କୁ ଅଷ୍ର୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଗସ୍ତ କରିବାକୁ ପଡିବ ।